ଇତିହାସ ରଚିଲେ ଏହି ଅଭିନେତା: ୮ଥର ପାଇଁ କରିବାକୁ ଯାଉଛନ୍ତି ଏହି ରୋଲ୍‌

ଟିଭି ଅଭିନେତା ତରୁଣ ଖାନ୍ନା ଇତିହାସ ରଚିଛନ୍ତି। ଅଷ୍ଟମ ଥର ପାଇଁ ଭୋଲେ ଶଙ୍କରଙ୍କ ଚରିତ୍ରରେ ଅଭିନୟ କରିବାର ରେକର୍ଡ ତରୁଣଙ୍କ ନାମରେ ହେବାକୁ ଯାଉଛି। ମାତା ବୈଷ୍ଣୋ ଦେବୀଙ୍କ ଉପରେ ନିର୍ମିତ ସାଗର ୱାଲର୍‌ଡର ପ୍ରାୟ ୧୨ଟି ଏପିସୋଡ ୱେବ ସିରିଜରେ ମହାଦେବଙ୍କ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଏହି ୱେବ ସିରିଜ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମ ହେବ।
ସାଗର ୱାଲର୍‌ଡର ସିଭାସଗର ଟିଭିରେ ‘ରାମାୟଣ’ର ମହାକଥାକୁ ଟିଭିରେ ଉପସ୍ଥାପନ କରିଥିଲେ। ଏବେ ମାତା ବୈଷ୍ଣୋ ଦେବୀଙ୍କ ଉପରେ ଆଧାର କରି ଏକ ୱେବ ସିରିଜ କରିବାକୁ ଯାଉଛନ୍ତି।ଏଥିରେ ଦୀପିକା ଚିଖଲିଆ ରାମାୟଣ ଖ୍ୟାତି ସୀତା ମାତା ଭୂମିକାରେ ଅଭିନୟ କରୁଥିବା ଖବର ମଧ୍ୟ ରହିଛି। ଏହା ବ୍ୟତୀତ ଇଶିତା ଗାଙ୍ଗୁଲି ଏବଂ ରାଣା ଯଶୋଧନ ସିଂ ମଧ୍ୟ ଅଭିନୟ କରିବେ। ରହିବେ। ଏହା ବ୍ୟତୀତ ମହାଭାରତରେ ପ୍ରସିଦ୍ଧ ଚରିତ୍ର ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିଥିବା ପୁଣେ ଇସରଙ୍କ ପୁତ୍ର ସିଦ୍ଧ ଇସର ଏହି ସିରିଜ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି।
‘ବୈଷ୍ଣୋ ଦେବୀ’ରେ ମହାଦେବଙ୍କ ଭୂମିକା ପାଇଁ ତରୁଣ ଖାନ୍ନାଙ୍କୁ କାଷ୍ଟ କରାଯାଇଛି। ଏହି ଧାରାବାହିକ ପାଇଁ ମହାଦେବଙ୍କ ଭୂମିକାର ଅଫର ପାଇବା ପରେ ଏହା ତାଙ୍କ ପାଇଁ ଅଷ୍ଟମ ଥର ହେବ। ‘ସନ୍ତୋଷୀ ମା’ରେ ପ୍ରଥମ ଥର ପାଇଁ ତରୁଣ ଭୋଲେ ଶଙ୍କରଙ୍କ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ଭୂମିକା ଏତେ ପସନ୍ଦ ହୋଇଥିଲା ଯେ ଅନେକ ଶୋ’ରେ ସେ ଶଙ୍କରଙ୍କ ଭୂମିକା ପାଇଁ ପ୍ରଥମ ପସନ୍ଦ ହୋଇଥିଲେ। ସେ ‘ନି’, ‘ପରଭୀର ଶ୍ରୀ କୃଷ୍ଣ’, ‘ରାଧା କୃଷ୍ଣ’, ‘ଦେବୀ ଆଦି ପରାଶକ୍ତି’, ‘ନମ:’, ‘ରାମ ସିୟା କେ ଲବକୁଶ’ରେ ସେ ଶଙ୍କର ଭୂମିକାରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍‌’ ଫିଲ୍ମରେ ନଜରକୁ ଆସିଥିଲେ।...

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri