ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତା

ତାମିଲ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥୀପାଟ୍ଟି ଗଣେଷାନଙ୍କର ସୋମବାର ସକାଳେ ପରଲୋକ ଘଟିଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ନେଇ ଫିଲ୍ମ ନିର୍ଦ୍ଦେଶକ ସେନୁ ରାମସ୍ବାମୀ ସୋସିଆଲ ମିଡିଆରେ ଲେଖି ଜଣାଇଛନ୍ତି।

ସେ ଲେଖିଛନ୍ତି, ମୋର ଭାଇ କାର୍ତ୍ତି ଓରଫ ଥିପେନ୍ତି କଣେଷନଙ୍କର ମୃତ୍ୟୁକୁ ନେଇ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି। ଅସୁସ୍ଥତା ଯୋଗୁ ସେ ମଦୁରାଇର ରାଜଜୀ ସରକାରୀ ଡାକ୍ତରଖାନାରେ ଛିକିତ୍ସିତ ହେଉଥିଲେ। ସେ ମୋ ଫିଲ୍ମର ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ଜଣେ ଥିଲେ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ସେ ଲେଖିଛନ୍ତି। ଗଣେଷନ ‘କାନେ କଲାଇମାନେ’, ରେନିଗୁଣ୍ଟା, ବିଲ୍ଲା-୨ ଆଦି ଫିଲ୍ମରେ ଅଭିନୟ କରିଥିଲେ।

Share