Categories: ଜାତୀୟ

ଭାଜପା ପ୍ରାର୍ଥୀଙ୍କ ଗାଡ଼ି ଉପରେ ଆକ୍ରମଣ

କୋଲକାତା, ୪ା୪: ଅଭିନେତ୍ରୀ ତଥା ପଶ୍ଚିମବଙ୍ଗର ବେହଲା ଆସନ ଭାଜପା ପ୍ରାର୍ଥୀ ପାୟଲ ସରକାରଙ୍କ ଗାଡ଼ି ଉପରେ ରବିବାର ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରଚାର ବେଳେ ବେହଲାର ଠାକୁରପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ଭାଜପା ପକ୍ଷରୁ ଏ ନେଇ କୌଣସି ବିବୃତ୍ତି ରଖାଯାଇନାହିଁ। ଗତ ଫେବୃୟାରୀରେ ପାୟଲ ଭାଜପାରେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓ୍ବାଇ ସିକ୍ୟୁରିଟି ଯୋଗାଯାଇଛି।

Share