ଦୁର୍ଘଟଣାର ଶିକାର ହେଲେ ଅଭିନେତା ବିଜୟ ଆଣ୍ଟୋନି

ମୁମ୍ବାଇ: ଦକ୍ଷିଣ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିଜୟ ଆଣ୍ଟୋନି ବର୍ତ୍ତମାନ ତାଙ୍କର ୨୦୧୬ ହିଟ୍‌ ତାମିଲ୍‌ ଚଳଚ୍ଚିତ୍ର ‘ପିଚାଇକ୍କରନ’ର ସିକ୍ୱେଲ ପାଇଁ ଶୁଟିଂରେ ବ୍ୟସ୍ତ ଅଛନ୍ତି। ମାଲେସିଆର ଲାଙ୍ଗକାବି ଦ୍ୱୀପରେ ’ଶୁଟିଂ ଚାଲିଛି। ଏହି ସମୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି ଯେ ଫିଲ୍ମର ଏକ ଆକ୍ସନ ସିନ୍‌ରେ ବିଜୟ ଆଣ୍ଟୋନି ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁସାରେ, ବିଜୟ ସମୁଦ୍ରରେ ଏକ ବୋଟ୍‌ ଚଳାଉଥିବା ବେଳେ ଏକ ବଡ ଡଙ୍ଗା ତାଙ୍କ ବୋଟ୍‌ ସହିତ ଧକ୍କା ହୋଇଥିଲା। ଏହାପରେ ବିଜୟଙ୍କ ବୋଟ୍‌ ନିୟନ୍ତ୍ରଣ ହରାଇଥିଲା। ଫଳରେ ଅଭିନେତା ଆହତ ହୋଇଥିଲେ। ତେବେ ପ୍ରଶଂସକଙ୍କ ପାଇଁ ସନ୍ତୋଷଜନକ ବିଷୟ ଯେ ଏହି ଦୁର୍ଘଟଣାରେ ବିଜୟ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ତାଙ୍କୁ କୁଆଲାଲପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଏବେ ତାଙ୍କର ଚିକିତ୍ସା ଚାଲିଛି।

Share