ହୃଦ୍‌ଘାତରେ ଅଭିନେତା ବିକାଶଙ୍କ ମୃତ୍ୟୁ

ମୁମ୍ବାଇ,୯ା୯ (ପି.ଟି.): ଟିଭି ସିରିଏଲ୍‌ ଅଭିନେତା ବିକାଶ ସେଠୀଙ୍କର ଶନିବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ହୋଇଥିଲା। ‘କୁଁ୍ୟ କୀ ସାସ୍‌ ଭି କଭି ବହୂ ଥି’, ‘କହିଁ ତୋ ହୋଗା’, ‘ସସୁରାଲ ସିମର କା’ ଆଦି ଲୋକପ୍ରିୟ ଟିଭି ସିରିଏଲ୍‌ରେ ସେ ଅଭିନୟ କରିଥିଲେ। ନାସିକ୍‌ରେ ଏକ ପରିବାର ଉତ୍ସବରେ ବିକାଶ ଅସୁସ୍ଥ ହୋଇପଡ଼ିଥିଲେ। ସକାଳେ ଉଠାଇଲା ବେଳକୁ ତାଙ୍କର ପରଲୋକ ହୋଇସାରିଥିଲା । ଶୋଇବା ଅବସ୍ଥାରେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।

Share