କରୋନା ଟିକା ନେବାପରେ ହୃଦ୍‌ଘାତରେ ଆକ୍ରାନ୍ତ ହେଲେ ଏହି ପ୍ରସିଦ୍ଧ ଅଭିନେତା !

ତାମିଲର ଲୋକପ୍ରିୟ ଅଭିନେତା ବିବେକ ଦୃଦ୍‌ଘାତରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ମ୍ୟାନେଜର ନିଖିଲ ମୁରୁଗନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ମ୍ୟାନେଜର କହିଛନ୍ତି।
ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୧୫ରେ ବିବେକ କରୋନା ଟିକା ନେଇଥିଲେ। ତେବେ ଡାକ୍ତର ଏବଂ ପରିବାର ଲୋକଙ୍କ କହିବାନୁଯାୟୀ, ଟିକା ନେବା ପରେ ବିବେକ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ହୃଦ୍‌ଘାତ ସହ ଟିକାର କୌଣସି ସମ୍ପର୍କ ନାହିଁ ବୋଲି ଡାକ୍ତର କହିଛନ୍ତି।
୧୯୮୦ ମସିହାରେ ବିବେକ ‘ବାଲାଚନ୍ଦନ’ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ତାମିଲର ଅନେକ ସୁପରହିଟ୍‌ ଫିଲ୍ମରେ କାମ କଲେ। ବିବେକଙ୍କୁ ଶେଷ ଥର ପାଇଁ ‘ଧରଲା ପ୍ରଭୁ’ ଫିଲ୍ମରେଦେଖିବାକୁ ମିଳିଥିଲା। ଏହାର ହିନ୍ଦି ରିମେକ୍‌ ‘ଭିକି ଡୋନର’ରେ ଆୟୁଷ୍ମାନ ଖୁରାନା କାମ କରିଥିଲେ।

Share