ଜନ୍ମଦିନରେ ବଡ଼ ଘୋଷଣା କରିପାରନ୍ତି ଅଭିନେତା

କନ୍ନଡ ସୁପରଷ୍ଟାର ୟଶ ନିଜ ଅଭିନୟ ଏବଂ ଷ୍ଟାଇଲକୁ ନେଇ ବେଶ୍‌ ଜଣା। ନିକଟରେ ଫିଲ୍ମ ‘କେଜିଏଫ୍‌-୨’ରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରନ୍ତି। ସେବେଠାରୁ ପ୍ରଶଂସକମାନେ ୟଶଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ଅପେକ୍ଷା କରି ରହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୟଶ ୮ ଜାନୁୟାରୀରେ ତାଙ୍କର ୩୭ ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ଏକ ବଡ ଘୋଷଣା କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି। ଏକ ମାସ ପୂର୍ବର ବେଙ୍ଗାଲୁରୁରେ ତାଙ୍କ ସ୍ତ୍ରୀ ରାଧିକା ପଣ୍ଡିତଙ୍କ ସହ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଜଣେ ଖବରଦାତା ତାଙ୍କର ଆଗାମୀ ପ୍ରକଳ୍ପ ବିଷୟରେ ପଚାରିଥିଲେ। ତା’ପରେ ୟଶ କେବଳ ହାତ ହଲାଇ ମୁଣ୍ଡ ନୁଆଁଇ ହସ ଦେଇଥିଲେ। ଏହା ବ୍ୟତୀତ ପ୍ରଶଂସକ ତାଙ୍କୁ କେଜିଏଫ -୩ ରେ ଦେଖିବାକୁ ଉତ୍ସାହିତ ଅଛନ୍ତି।

ନିକଟରେ ଟିଡିପି ରାଷ୍ଟ୍ରୀୟ ମହାସଚିବ ନାରା ଲୋକେଶଙ୍କ ସହ ୟଶଙ୍କ ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେବା ପରେ ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି କୁହାଯାଉଥିଲା। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ପ୍ରକୃତ କଥା ହେଉଛି ଯେ ୟଶ ତାଜ ୱେଷ୍ଟିନରେ ଥିବାବେଳେ ଦୁହେଁ କେବଳ କାଜୁଆଲ ମିଟିଂ କରିଥିଲେ।

Share