ଚିନ୍ତାରେ ଆଲିଆ

ବଲିଉଡ ଅଭିନେତା ରଣବୀର କପୁରଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ସଞ୍ଜୟ ଲୀଲା ଭନସାଲୀ କରୋନା ପଜିଟିଭ ହେବା ପରେ ତାଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଶୁଟିଂ ବନ୍ଦ ରହିଛି। ଏବେ ଫିଲ୍ମ ଅନ୍ୟ କଳାକାରମାନେ ମଧ୍ୟ କରୋନା ଆକ୍ରାନ୍ତ ହେବା ସମ୍ଭାବନା ରହିଛି। ଏହି ଫିଲ୍ମରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସଞ୍ଜୟ କରୋନା ପଜିଟିଭ୍‌ ଚିହ୍ନଟ ପରେ ଆଲିଆ ମଧ୍ୟ ନିଜର କରୋନା ଟେଷ୍ଟ କରିବେ ବୋଲି ଜଣାପଡିଛି।
୍‌ନିକଟରେ ସଞ୍ଜୟ ଲୀଲା ଭନସାଲୀ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏଥିରେ ଆଲିଆ ଭଟ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଅବସରରେ ଗଙ୍ଗୁବାଇ କାଠିଆୱାଡି ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା। ଟିଜରରେ ଆଲିଆ ଭଟ୍ଟଙ୍କୁ ତାଙ୍କ କ୍ୟାରିୟରର ସବୁଠାରୁ ଶକ୍ତିଶାଳୀ ରୂପରେ ଦେଖିବାକୁ ମିଳିଛି। ୧ ମିନିଟ ୩୦ ସେକେଣ୍ଡର ଏକ ଟିଜରକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।

Share