ଗଦର-୨ଫିଲ୍ମ ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅମିଶା, କହିଲେ ଦରମା ଦିଆଯାଇ ନାହିଁ….

ମୁମ୍ବାଇ:୨୨ବର୍ଷ ପୂର୍ବେ ରିଲିଜ ହୋଇଥିବା ସନ୍ନି ଦେଓଲଙ୍କ ଫିଲ୍ମ ଗଦର ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରିଥିଲା। ଏବେ ପୁଣି ଥରେ ଗଦର-୨ ରିଲିଜ୍‌ ହେବାକୁ ଯାଉଛି।ଫିଲ୍ମକୁ ନେଇ ସନ୍ନି ଦେଓଲ ଏବଂ ଅମିଶା ପଟେଲ ଜୋରଦାର ପ୍ରମୋଶନ କରୁଛନ୍ତି। କିନ୍ତୁ ଏହି ମଧ୍ୟରେ ଫଇଲ୍ମର ନିର୍ମାତାଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ଅମିଶା।

ଅମିଶା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି, ଫିଲ୍ମର ପ୍ରଡକ୍ସନ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପ୍ରଡକ୍ସନ ହାଉସ ପରିଚାଳନା କରୁଛନ୍ତି। କିନ୍ତୁ ପ୍ରଡକ୍ସନ ହାଉସର ମେକଅପ ଆର୍ଟିଷ୍ଟ ଏବଂ ଫ୍ୟାଶନ ଡିଜାଇନର୍‌ଙ୍କୁ ଦରମା ଦେଇ ନାହାନ୍ତି।

ଆମିଷା ଆହୁରି କହିଛନ୍ତି, ସୁଟିଂର ଶେଷ ଦିନରେ ସେମାନଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦର ପର୍ଯ୍ୟନ୍ତ ପରିବହନ ଖର୍ଚ୍ଚ, ଏବଂ ଖାଇବା ଖର୍ଚ୍ଚ ଦିଆଯାଉ ନାହିଁିଁ। ସେହିପରି କିଛି କଳାକାର ଏବଂ କ୍ରୁ ସଦସ୍ୟଙ୍କୁ କାର୍‌ ଦିଆଯାଇ ନ ଥିବାରୁ ସେମାନେ ନାନା ପ୍ରକାର ଅସୁବିଧା ଭୋଗିଥିଲେ।

Share