ବହୁତ ଫୁଡି ଅନନ୍ୟା

ମୁମ୍ବାଇ: କିଛି ବର୍ଷ ତଳେ କେତେଜଣ ଷ୍ଟାର କିଡ୍ ବଲିଉଡ ଦୁନିଆରେ ପାଦ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ । ୨୦୧୯ରେ କରନ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ବୟସରେ ଖୁବ୍ ଛୋଟ ହେଲେ ବି ଦର୍ଶକେ ତାଙ୍କ ଅଭିନୟକୁ ଗ୍ରହଣ କରିଥିଲେ । ସେଲିବ୍ରିଟି ଭାବେ ଅନନ୍ୟା କିନ୍ତୁ ଅନ୍ୟମାନଙ୍କଠାରୁ ଟିକେ ଭିନ୍ନ । ଅଧିକାଂଶ ସେଲିବ୍ରିଟି ସେମାନଙ୍କ ଫିଗର ମେଣ୍ଟେନ କରିବାକୁ ଡାଏଟ୍ ପ୍ଲାନ କରୁଥିବା ବେଳେ ଅନନ୍ୟା କିନ୍ତୁ ଟିକେ ଅଲଗା । ସେ କେବେହେଲେ ତାଙ୍କ ଡାଏଟ ପ୍ଲାନ କରନ୍ତି ନାହିଁ । କିନ୍ତୁ ଫିଟସେନରେ ବି ସେ ଖୁବ୍ ଆଗରେ । ସକାଳର ଆରମ୍ଭ ସେ ଜୁସରୁ କରିଥାଆନ୍ତି । ଟିଫିନ୍ ଆଇଟମ୍ ଭାବେ ସେ ଓମଲେଟ, ଉପମା, ଇଡ୍‌ଲି ଆଦି ଖାଇ ଥାଆନ୍ତି । ଲଞ୍ଚରେ ମାଛ କିମ୍ବା ଚିକେନ ନେବାକୁ ପସନ୍ଦ କରନ୍ତି ଏହି ନାୟିକା । ପୁଣି ଡିନରରେ ସେ ହାଲକା ଖାଦ୍ୟ ଖାଆନ୍ତି । ଏମିତିକି ଚିକେନ୍ ସୁପରେ ଡିନର ହୋଇଯାଏ । ହେଲେ ଭୋକ ଲାଗିଲେ ସେ ଚକୋଲେଟ ଖାଇବାକୁ ପସନ୍ଦ କରନ୍ତି । କାରଣ ଡାର୍କ ଚକୋଲେଡ ଓ କଫି ତାଙ୍କର ବହୁତ ପ୍ରିୟ । ଚିକେନ୍ ସ୍ୟାଣ୍ଡୱିଚ ଓ ନଟସ୍ ଖାଇବକୁ ଆଦୌ ଭୁଲନ୍ତି ନାହିଁ ଏହି ନବାଗତା । ଆଉ ଏବେ ତାଙ୍କର ଫିଟନେସରେ ଫିଦା ହୁଅନ୍ତି ଦର୍ଶକେ ।

Share