ରକ୍ତ ଯୁଡୁବୁଡୁ ଅବସ୍ଥାରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

ଫିଲ୍ମ ‘ଦି ଡାର୍ଟି ପିକଚର୍ସ’ରେ ବିଦ୍ୟା ବାଲାନଙ୍କ ସହ କାମ କରିସାରିଥିବା ଅଭିନେତ୍ରୀ ଆର୍ଯ୍ୟ ବାନାର୍ଜୀଙ୍କର ୩୩ ବର୍ଷ ବୟସରେ ପରଲୋକ ଘଟିଛି। କଲିକତାସ୍ଥିତ ଘରୁ ଆର୍ଯ୍ୟଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଛି। ରକ୍ତ ଯୁଡୁବୁଡୁ ଅବସ୍ଥାରେ ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଛି। ତାଙ୍କ ନାକରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଚଳାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।
ଫିଲ୍ମ ‘ଲଭ୍‌ ସେକ୍ସ ଆଣ୍ଡ ଧୋକା’ ରୁ ଆର୍ଯ୍ୟ ବଲିଉଡ୍‌ରେ କ୍ୟାରିୟାର ଆରମ୍ଭ କରିଥିଲେ। ପରେ ‘ଦି ଡାର୍ଟି ପିକଚର୍ସ’ରେ ବିଦ୍ୟା ବାଲାନଙ୍କ ସହ ସେ କାମ କରିସବାର ସୁଯୋଗ ପାଇଥିଲେ।

Share