ଭାଜପା ଛାଡିବେ ଅଭିନେତ୍ରୀ ବିଦୁସ୍ମିତା!

ଭୁବନେଶ୍ୱର,୧୦।୪: ଭାଜପା ଛାଡିବେ ଅଭିନେତ୍ରୀ ବିଦୁସ୍ମିତା । ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବେ ବିଦୁସ୍ମିତା ଦାଶ ମନ୍ତ୍ରୀ। ପଦ୍ମ ଛାଡ଼ି ଶଙ୍ଖ ଫୁଙ୍ଖିବେ ଅଭିନେତ୍ରୀ। ଏନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହେଲାଣି । ବିଦୁସ୍ମିତାଙ୍କ ସ୍ବାମୀ ଅନନ୍ତ କୁମାର ଦାସଙ୍କୁ ୨୦୧୯ରେ ବିଧାୟକ ପ୍ରାର୍ଥୀ କରିଥିଲା ଭାଜପା। ସ୍ବାମୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କରିଥିଲେ ବିଦୁସ୍ମିତା । କିଛି ଦିନ ତଳେ ତାଙ୍କୁ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ।

ବିଜେପି ପାଇଁ ଅନେକ ସମୟରେ ବିଦୁସ୍ମିତାଙ୍କୁ ପ୍ରଚାର କରୁଥିବାର ଦେଖିବାକୁ ମିଳୁଥିଲା । କିଛି ଦିନ ପୂର୍ବେ ଭାଜପା ଦଳୀୟ କାର୍ଯ୍ୟାଳୟରେ ବିଦୁସ୍ମିତା ପହଞ୍ଚିଥିବା ବେଳେ ଦଳୀୟ କାର୍ଯ୍ୟକର୍ତ୍ତା ଭଳି କାମ କରିବେ ବୋଲି କହିଥିଲେ । ଏପରିକି ଦଳ ଯାହା ଦାୟିତ୍ୱ ଦେବ ତାହାକୁ ତୁଲାଇବି ବୋଲି ମଧ୍ୟ କହିଥିଲେ ବିଦୁସ୍ମିତା । କିନ୍ତୁ ଭାଜପା ଟିକେଟ ନ ମିଳିବା କାରଣରୁ ବିଦୁସ୍ମିତା ଦଳ ଛାଡୁଥିବା ଚର୍ଚ୍ଚା ହେଉଛି । ସୂଚନାଥାଉ କି, ସ୍ବାମୀ ଭାଜପାରେ ଥିବାବେଳେ ୨୦୧୯ରେ ଭାଜପାରେ ଯୋଗ ଦେଇଥିଲେ ବିଦୁସ୍ମିତା ।

 

Share