ସାଉଥ୍‌ରେ ମନ ଜିଣିଲେ ଡେଜି

ମୁମ୍ବାଇ: ବଲିଉଡ୍‌ରୁ ଆରମ୍ଭ କରି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଡେଜି ଶାହା। ସେ ଜଣେ ମଡେଲ ତଥା ଅଭିନେତ୍ରୀ। କେବଳ ସେତିକି ନୁହେଁ ସେ ଜଣେ ଭଲ ଡ୍ୟାନ୍ସର ମଧ୍ୟ। ବଲିଉଡ୍‌ ମୁଭି ‘ଜୟ ହୋ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଡେଜି। ତାଙ୍କ ପିତାଙ୍କର ଏକ କପଡା ମିଲ ଥିବା ବେଳେ ମା’ ଜଣେ ଗୃହିଣୀ। ସ୍କୁଲରେ ପାଠପଢା ବେଳରୁ ସେ କିଛି ବିୟୁଟି କଣ୍ଟେଷ୍ଟରେ ଯୋଗ ଦେଇଛନ୍ତି। ୨୫ ଅଗଷ୍ଟ ୧୯୮୪ରେ ଦିଲ୍ଲୀରେ ଜନ୍ମ ନେଇଥିଲେ ଡେଜି। ପିତା ବ୍ୟବସାୟୀ ହୋଇଥିଲେ ବି ମଡେଲିଂ ଓ ଅଭିନୟରେ ରୁଚି ରଖନ୍ତି ଡେଜି। ସେ ଜଣେ ଭଲ ଡ୍ୟାନ୍ସର ହୋଇଥିବାରୁ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ତାଙ୍କ ଗ୍ରୁପରେ ଡେଜିଙ୍କୁ ସାମିଲ କରିଥିଲେ। ସେଠାରେ ସେ ଦୁଇବର୍ଷ କାମ କରିବା ପରେ ଫିଲ୍ମ ‘ବଡିଗାର୍ଡ’ରେ ତାଙ୍କୁ କରିନାଙ୍କ ସହଯୋଗୀ ଚରିତ୍ର ପାଇଁ ଅଫର ମିଳିଥିଲା। ହେଲେ ସେ ତାକୁ ଗ୍ରହଣ ନ କରି ବରଂ ମୁହାଁଇଥିଲେ ସାଉଥ୍‌ ଇଣ୍ଡଷ୍ଟ୍ରି ଆଡେ। ଆଉ ଏବେ ସେ ସାଉଥ୍‌ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ନାୟିକା ପାଲଟି ଯାଇଛନ୍ତି। ଅନେକ ହିଟ୍‌ ଫିଲ୍ମ ଦେଇ ସେ ଏବେ ଦର୍ଶକଙ୍କର ନିକଟତର ହୋଇପାରିଛନ୍ତି।

Share