ଅଭିନେତ୍ରୀ ମୃତ୍ୟୁ ମାମଲା: ଥାନାରେ ହାଜର ହେଲେ ସନ୍ତୋଷ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଟେଲି ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାର ରହସ୍ୟ ବଢିବାରେ ଲାଗିଛି। ଶୁକ୍ରବାର ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି ବୟଫ୍ରେଣ୍ଡ ସନ୍ତୋଷ ପାତ୍ର। ଏସ୍‌ପିଙ୍କ ନେତୃତ୍ୱରେ ସନ୍ତୋଷଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଗୁରୁବାର ମଧ୍ୟ ରଶ୍ମିଙ୍କ ପୂର୍ବ ବୟଫ୍ରେଣ୍ଡ ଜ୍ୟୋତିରଞ୍ଜନ ନାଥ ଓରଫ ରାଜାକୁ ପଚରାଉଚରା କରିଥିଲା ପୋଲିସ।
ସୂଚନାନୁସାରେ, ରଶ୍ମିରେଖା ନିଜକୁ ସନ୍ତୋଷଙ୍କ ସ୍ତ୍ରୀ ବୋଲି ପରିଚୟ ଦେଇ ନୟାପଲ୍ଲୀରେ ଏକାଠି ରହୁଥିଲେ। ଏହି ମାମଲା ଉପର ପରଦା ହଟାଇବା ପାଇଁ ସନ୍ତୋଷକୁ ଜେରା କରୁଛି ନୟାପଲ୍ଳୀ ପୋଲିସ ।

Share