ବଲିଉଡରେ ଡ୍ରଗ୍ସ କାରବାର ଲିଙ୍କ୍: ସମ୍ମୁଖକୁ ଆସିଲା ଦୀପିକାଙ୍କ ନାମ

ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତୀ ଗିରଫ ହେବ ପରେ ସାରା ଅଲ୍ଲୀ ଖାନ, ରକୁଳ ପ୍ରୀତି ସିଂ ଏବଂ ଶ୍ରଦ୍ଧା କପୁରଙ୍କ ନାମ ସମ୍ମୁଖକୁ ଆସିଥିଲା । ଏବେ ଆଉ ଏକ ବଡ ନାମ ଏହି ତାଲିକାରେ ଯୋଡି ହୋଇଯାଇଛି। ସେ ହେଲେ ଦୀପିକା ପାଦୁକୋନ୍ ।
ମିଳିଥିବା ସୂଚନା ଅନୁସାରେ, ଖୁବଶୀଘ୍ର ଦୀପିକାଙ୍କୁ ଜେରା ପାଇଁ ଏନସିବି ସମନ କରିପାରେ। ତଦନ୍ତ ବେଳେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଦୀପିକା ପାଦୁକୋନଙ୍କ ବାବଦରେ କିଛି ତଥ୍ୟ ପାଇଛି । ବଲିଉଡରେ ଡ୍ରଗ୍ସକୁ ନେଇ ଡି ଏବଂ କେ ମଧ୍ୟରେ ହୋଇଥିବା କିଛି ଚାଟ୍ ବାବଦରେ ଏନସିବି ଜାଣିବାକୁ ପାଇଛି । ଯେଉଁଥିରେ ଦୀପିକା ଜୟା ଶାହାଙ୍କ କମ୍ପାନୀ କ୍ୱାନର ମ୍ୟାନେଜର କରିସ୍ମାଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଏହାପରେ ଡି ଅର୍ଥାତ୍ ଦିପୀକା ଏବଂ କେ ଅର୍ଥାତ୍ କରିଶ୍ମା ନାଁକୁ ଚିହ୍ନଟ କରାଯାଇଛି ।

 

ଡ୍ରଗ୍ସ ଚାଟରେ ଦୀପିକା କରିସ୍ମାଙ୍କୁ ପଚାରିଛନ୍ତି, ତୁମ ପାଖରେ ମାଲ୍ ଅଛି କି। ଏହାର ଉତ୍ତରରେ କରିସ୍ମା କହିଛନ୍ତି, ମୋ ପାଖରେ ଅଛି, କିନ୍ତୁ ଘରେ ଅଛି। ଯଦି କହିବ ମୁଁ ଅମିତକୁ ପଚାରିବି। ଏହାର ଉତ୍ତରରେ ଦୀପିକା କହିଛନ୍ତି ହଁ, ପ୍ଲିଜ୍। ଏହାପରେ କରିସ୍ମା କହିଛନ୍ତି, ଅମିତ ପାଖରେ ଅଛି, ସେ ନେଇକି ଯାଉଛି। ଏହାପରେ ଦୀପିକା କହିଛନ୍ତି Hash ନାଁ ବିଡି ନାହିଁ। ଏହି ଚାଟ୍ ୨୦୧୭ ଅକ୍ଟୋବର ମାସର ବୋଲି ଜଣାପଡିଛି ।

 

Share