ହାଜର ହେଲେନି ଅଭିନେତ୍ରୀ

ମୁମ୍ବାଇ: ମନିଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଅଡ଼ୁଆ ବଢ଼ୁଛି। ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନ୍ନାଣ୍ଡିଜ ଓ ନୋରା ଫତେହୀଙ୍କୁ ହାଜର ହେବାକୁ ସମନ ଜାରି କରାଯାଇଥିଲା। ହେଲେ ଘଟଣାର ଅଧିକ ପଚରାଉଚୁରା ପାଇଁ ନୋଟିସ ଜାରି ହୋଇଥିଲେ ମଧ୍ୟ ସେ ଅନୁପସ୍ଥିତ ରହିଥିଲେ। ଇଡି ଅଧିକାରୀ ଜ୍ୟାକଲିନଙ୍କୁ ପଚାରିବାରୁ ସେ ବ୍ୟକ୍ତିଗତ କାରଣରୁ ଆସି ପାରିନଥିବା କହିଛନ୍ତି। ଆଗରୁ ଜ୍ୟାକଲିନଙ୍କୁ ୨ଥର ଜେରା କରାଯାଇଥିଲା। ତେବେ ଜ୍ୟାକ୍‌ଲିନଙ୍କୁ ଅନ୍ୟ ଏକ ତାରିଖରେ ହାଜର ହେବାକୁ ସମନ ଜାରି କରିଛି।
୨୦୦କୋଟି ଠକେଇ ମାମଲାରେ ଗିରଫ ହୋଇ ଅଭିଯୁକ୍ତ ସୁକେଶ ଶେଖର ଓ ତାଙ୍କ ସହଯୋଗୀ ଲୀନା ମାରିଆ ପଲ ତିହାର ଜେଲ୍‌ରେ ଅଛନ୍ତି। ସେମାନେ ସ୍ବାସ୍ଥ୍ୟ ଉଦ୍ୟୋକ୍ତା ଶିଭିନ୍ଦର ସିଂଙ୍କ ଠାରୁ ୨୦୦କୋଟି ଠକେଇ କରିଥିଲେ। ଏହି ଘଟଣାରେ ନୋରା ଓ ଜ୍ୟାକଲିନଙ୍କ କ’ଣ ସମ୍ବନ୍ଧ ରହିଛି ଜାଣିବାକୁ ଇଡି ସମନ ଜାରି କରିଥିଲେ।

Share