ମା’ ହେଲେ ଦିଶା

ଟିଭି ଦୁନିଆର ପ୍ରିୟ ଯୋଡି ଦିଶା ପରମାର ଏବଂ ରାହୁଲ ବୈଦ୍ୟ ମାତାପିତା ହୋଇଛନ୍ତି। ଦିଶା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ରାହୁଲ ଇନଷ୍ଟା ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରି ଲେଖିଛନ୍ତି- ଆମେ ଏକ ଶିଶୁ କନ୍ୟା ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଛୁ! ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି। ଆମେ ଆମର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ, ଯିଏ ଗର୍ଭଧାରଣରୁ ଜନ୍ମ ପର୍ଯ୍ୟନ୍ତ ମା’ ଏବଂ ଶିଶୁ ଯତ୍ନ ନେଇଥିଲେ ଏବଂ ଆମ ପରିବାରକୁ ମଧ୍ୟ ଧନ୍ୟବାଦ ଦେଉଛୁ। ଆମେ ଖୁସି! ଶିଶୁ କନ୍ୟାକୁ ଆଶୀର୍ବାଦ କରନ୍ତୁ। ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରାହୁଲ ଏବଂ ଦିଶା ଜୁଲାଇ ୧୬, ୨୦୨୧ରେ ବିବାହ କରିଥିଲେ। ଗତ ମେ ୧୮ରେ ସୋସିଆଲ ମିଡିଆରେ ସେମାନଙ୍କର ଗର୍ଭଧାରଣ ଖବର ଘୋଷଣା କରିଥିଲେ।

Share