ଗୋଟିଏ ଫିଲ୍ମ କରିବାକୁ ଏତିକି କୋଟି ଚାର୍ଜ କରନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ନିଜର ସୁନ୍ଦର ଚେହେରା ଏବଂ ବଳିଷ୍ଠ ଅଭିନୟ ପାଇଁ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ। କାଜଲ କେବଳ ସାଉଥ୍‌ ନୁହଁ ବଲିଉଡ୍‌ରେ ବି କାମ କରିଛନ୍ତି। ତାଙ୍କର ଦମ୍‌ଦାର ଅଭିନୟ ପାଇଁ ସେ ପ୍ରଶଂସକମାନଙ୍କ ହୃଦୟରେ ବସିଛନ୍ତି। କାଜଲ ଗୋଟିଏ ପରେ ଗୋଟିଏ ସାଉଥ୍‌ ଫିଲ୍ମ କରି ଚାଲିଛନ୍ତି। ତେବେ ଜାଣନ୍ତି କାଜଲ ଗୋଟିଏ ସାଉଥ ଫିଲ୍ମ କରିବା ପାଇଁ କେତେ ଟଙ୍କା ଚାର୍ଜ କରନ୍ତି? ସେ ଗୋଟିଏ ଫିଲ୍ମ କରିବାକୁ ୨ କୋଟିରୁ ଅଧିକ ଚାର୍ଜ କରିଥାନ୍ତି। ତଥାପି ପ୍ରଯୋଜକମାନେ ଉଚ୍ଚ ଦରର ପାଉଣା ଦେଇ ତାଙ୍କୁ ଫିଲ୍ମରେ ନେବା ପାଇଁ ଚାହିଁଥାନ୍ତି।

Share