‘ବାହୁବଲୀ’ ଫେମ୍ ଅନୁଷ୍କା ସେଟ୍ଟି’। ଅଭିନୟ ଜଗତରେ ଏଣ୍ଟ୍ରି କରିବା ପୂର୍ବରୁ ସେ କ’ଣ କରୁଥିଲେ ଜାଣନ୍ତି ? ଆକ୍ଟିଂକୁ କ୍ୟାରିୟର କରିବା ପୂର୍ବରୁ ସେ ଜଣେ ଯୋଗ ପ୍ରଶିକ୍ଷିକା ଥିଲେ। ୨୦୦୫ରେ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ତାଙ୍କ ଅଭିନୀତ ପ୍ରଥମ ତେଲୁଗୁ ସିନେମା ଥିଲା ‘ସୁପର’। ଏହି ଫିଲ୍ମର ସଫଳତା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ନିଜର ଆକ୍ଟିଂ କ୍ୟାରିୟର ମଧ୍ୟରେ ସେ ଏପର୍ଯ୍ୟନ୍ତ ୬୫ଟି ସିନେମାରେ ଅଭିନୟ କରିସାରିଲେଣି। ତେଲୁଗୁ ଚିତ୍ର ‘ଅରୁନ୍ଧତୀ’ ତାଙ୍କୁ ରାତାରାତି ନାୟିକା ଦୌଡ଼ରେ ସାମିଲ କରିଥିଲା। ନିଜ କ୍ୟାରିୟର ସମ୍ପର୍କରେ ଅନୁଷ୍କା କହନ୍ତି, ‘୨୦୦୫ରୁ ଏପର୍ଯ୍ୟନ୍ତ ଦୀର୍ଘ ୧୬ବର୍ଷର ଯାତ୍ରା ମୋର ଆଗେଇ ଚାଲିଛି। ମୋର ଅଭିନୟକୁ ଦର୍ଶକ ଗ୍ରହଣ କରିଛନ୍ତି ତାହା ମୋ ପାଇଁ ବଡ଼ କଥା। ମୋ ଅଭିନୟରେ କେଉଁଠି ଦୋଷତ୍ରୁଟି ରହିଲେ ତାହାକୁ ପରବର୍ତ୍ତୀ ସମୟରେ ସୁଧାରିବାକୁ ଚେଷ୍ଟା କରେ। ମୁଁ ସବୁବେଳେ ପ୍ରତିଟି ସିନେମାରୁ ନୂଆ କଥା ଶିଖିଥାଏ।’