ସ୍ବାମୀଙ୍କ ଜନ୍ମଦିନରେ ଏମିତି ଲେଖିଲେ ଅଭିନେତ୍ରୀ ଗୌହର ଖାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଗୌହର ଖାନ୍‌ଙ୍କର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲା। ସେ ଗାୟକ ଜେଦ୍‌ ଦରବାରଙ୍କୁ ବିବାହ କରିଛନ୍ତି। ରବିବାର ଜେଦ୍‌ଙ୍କର ଜନ୍ମଦିନ ଅବସରରେ ଅଭିନେତ୍ରୀ ସ୍ବାମୀଙ୍କ ପାଇଁ ସୋସିଆଲ ମିଡିଆରେ ଏକ ସ୍ନେହଭରା ନୋଟ୍‌ ଲେଖିଛନ୍ତି। ଜେଦ୍‌ ତାଙ୍କ ଜୀବନ, ହସ , ଖୁସି, ଶକ୍ତି, ଗର୍ବ ବୋଲି ସେ ପୋଷ୍ଟରେ କହିଛନ୍ତି। ଆଗରୁ ସ୍ବାମୀଙ୍କ ବିନା ତାଙ୍କ ଜୀବନ ଅସମ୍ପୂର୍ଣ୍ଣ ଥିଲା ଓ ବହୁତ କିଛି ମିସ୍‌ କରିଦେଇଥିବା କହନ୍ତି ଗୌହର।
ଶେଷ ଥର ପାଇଁ ଗୌହର ଖାନ୍‌ଙ୍କୁ ନେଟଫ୍ଲିକ୍ସର ଫିଲ୍ମ ‘୧୪ ଫେରେ’ରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ସେ ଆମାଜନ ପ୍ରାଇମର ୱେବ୍‌ସିରିଜ ‘ତାଣ୍ଡଭ’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସୈଫ୍‌ ଅଲ୍ଲୀ ଖାନ୍‌, ଡିମ୍ପଲ୍‌ କାପାଡ଼ିଆ ପ୍ରମୁଖ ଅଭିନୟ କରିଛନ୍ତି।

Share