ରାବଣ ଦହନ ବେଳେ ଏହି ବଡ ଭୁଲ କରିଦେଲେ କଙ୍ଗନା, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଫିଲ୍ମ ‘ତେଜସ’ ରିଲିଜ ପୂର୍ବରୁ ଏକ ବଡ଼ ଇତିହାସ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ଦିଲ୍ଲୀର ପ୍ରସିଦ୍ଧ ଲୁବ କୁଶ ରାମଲିଲାରେ ରାବଣ ଦହନ କରିଛନ୍ତି। ଏହା କର ୫୦ ବର୍ଷ ଇତିହାସରେ କଙ୍ଗନା ପ୍ରଥମ ମହିଳା ହୋଇପାରିଛନ୍ତି। ତେବେ ତାଙ୍କର ଗୋଟିଏ ବଡ ଭୁଲ ଯୋଗୁୁ ବର୍ତ୍ତମାନ ତାଙ୍କୁ ଟ୍ରୋଲ କରାଯାଉଛି। ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଲୁବ କୁଶ ରାମଲିଲାରେ କଙ୍ଗନା ରାଣାୱତଙ୍କୁ ରାବଣର ଦହନ କରିବାକୁ ନିମନ୍ତ୍ରଣ କରାଯାଇଥିଲା। ରାବଣଙ୍କୁ ବଦ୍ଧ କରୁଥିବା ବେଳେ ଅଭିନେତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ତୀର ଚଳାଉଥିବା ନଜର ଆସିଛନ୍ତି, ତଥାପି ଏହି ସମୟରେ ସେ ତାଙ୍କର ତିନିଟି ଟାର୍ଗେଟକୁ ମିସ କରିଛନ୍ତି। ଭିଡିଓରେ କଙ୍ଗନା ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଉଠାଉଥିବା ବେଳେ ଏକ ତୀର ଧରିଛନ୍ତି। ସେ ତୀରକୁ ତିନିଥର ଚଳାଇବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ତିନିଥର ଅଭିନେତ୍ରୀଙ୍କ ଉଦ୍ୟମ ବୃଥା ହୋଇହୋଇଯାଇଛି।ଯାହା ପରେ କମିଟିର ଜଣେ ସଦସ୍ୟ ତାଙ୍କୁ ତୀର ମାରିବା ଏବଂ ରାବଣକୁ ବଦ୍ଧ କରିବାରେ ସାହାଯ୍ୟ କରିଛନ୍ତି।

ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବା ପରେ ଉପଭୋକ୍ତାମାନେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି , ରିଲ ଲାଇଫ କଙ୍ଗନା ବନାମ ରିଅଲ ଲାଇଫ କଙ୍ଗନା। ଏହା ଦାବି କରିଛି ଯେ, ଯେ ସେ ଟମ କ୍ରୁଜ ଅପେକ୍ଷା ଭଲ ଷ୍ଟଣ୍ଟ କରନ୍ତି।

Share