ଜନ୍ମଦିନ ପାଳନ ପାଇଁ ୪ ବର୍ଷ ଅପେକ୍ଷା କରନ୍ତି ଏହି ଅଭିନେତ୍ରୀ…

ଛୋଟ ପରଦାର ସୁନ୍ଦରୀ ନାୟିକା ଜାହ୍ନଭୀ ଛେଡ଼ା ନିଜର ଜନ୍ମଦିନ ପାଳନ ପାଇଁ ସମସ୍ୟାରେ ପଡ଼ିଥାନ୍ତି। ସେ ୧୯୮୪ ଫେବୃୟାରୀ ୨୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତେଣୁ କେବଳ ୨୯ ଦିନିଆ ଫେବୃୟାରୀ ମାସକୁ ସେ ଚାହିଁ ବସିଥାନ୍ତି। ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପଡ଼ିଲେ ଫେବୃୟାରୀ ମାସ ୨୯ ଦିନ ହୁଏ। ଜାହ୍ନଭୀ ମନ ଖୁସିରେ ଜନ୍ମଦିନ ପାଳନ କରନ୍ତି। ଅନ୍ୟ ସବୁ ବର୍ଷ ତାରିଖ ଅନୁସାରେ ଜନ୍ମଦିନ ପାଳନ ନ କରି ତିଥି ଅନୁସାରେ ସେ ଏହି ଦିନଟିକୁ ପାଳନ କରନ୍ତି। ଏବେ ତାଙ୍କର ଜନ୍ମଦିନ ପୁଣି ୨୦୨୪ରେ ପଡ଼ିବ ବୋଲି ଜାହ୍ନଭୀ କୁହନ୍ତି। ତେବେ ଏନେଇ ସେ କେବେ ମନ ଦୁଃଖ କରି ନ ଥାନ୍ତି। ବାଳିକା ବଧୁ ସିରିଏଲରେ ଜାହ୍ନଭୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ସେହିପରି ସିଆଇଡି ସିରିଏଲରେ ସେ ଇନସ୍ପେକ୍ଟର ଭାବେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୧ରେ ଜାହ୍ନଭୀ ବୟଫ୍ରେଣ୍ଡ ନିଶାନ୍ତ ଗୋପାଲିଆଙ୍କୁ ବିବାହ କରିଥିଲେ। ଏହାପରେ ସେ ଅଭିନୟ ଜଗତରୁ ଦୂରେଇ ରହିଯାଇଛନ୍ତି।

Share