ବିକ୍‌ନୀ ଛାଡ଼ି ଦେଶୀ ଲୁକ୍‌ରେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ନିଜ ଗ୍ଲାମରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌କୁ ନେଇ ତ କେବେ ବିକ୍‌ନୀକୁ ନେଇ। ଦିଶା ସୋସିଆଲ ମିଡିଆରେ ତାଙ୍କ ଗ୍ଲାମର ଫଟୋ ସବୁ ଶେୟାର କରିଥାନ୍ତି। ଦୀର୍ଘଦିନ ପରେ ଦିଶା ପାରମ୍ପରିକ ଲୁକ୍‌ରେ ଫଟୋ ଶେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି।

ଦିଶା ଲାଇଟ୍‌ ଗ୍ରୀନ୍‌ କଲରର ଏକ ପାରମ୍ପରିକ ଡ୍ରେସ ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ହାଲୁକା ମେକଅପ୍‌ରେ ଦିଶାଙ୍କ ଆଉଟ୍‌ଫିଟ୍‌କୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି।

ଏ ତ ଗଲା ତାଙ୍କ ବ୍ୟକ୍ତିଗତ କଥା, ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ୍‌ କଥା କହିବା ତେବେ ଦିଶାଙ୍କୁ ଫିଲ୍ମ ‘ରାଧେ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଦିଶାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।

Share