Advertisement

ବୋଲ୍ଡ ଲୁକ୍‌ରେ ଅଭିନେତ୍ରୀ

ମୁମ୍ବାଇ: ‘ଆଲାଦ୍ଦିନ-ନାମ ତୋ ସୁନା ହୋଗା’ରେ ଜସ୍ମିନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଅବନୀତ କୌର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ଅଭିନୟ ସହିତ ଫ୍ୟାଶନକୁ ନେଇ ଲୋକଙ୍କ ହୃଦୟ ଜିଣନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଅଭାବ ନାହିଁ। ସେ ଫଟୋ ଶେୟାର କରିବାର କିଛି ସମୟ ମଧ୍ୟରେ ଖୁବ୍‌ ଭାଇରାଲ ହୋଇଯାଏ। ନିକଟରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଯାହା ବେଶ୍‌ ଭାଇରାଲ ହେଉଛି।

୨୦ ବୟସ୍କା ଅବନୀତ ବାସ୍ତବ ଜୀବନରେ ବହୁତ ସାହସୀ। ଅନେକ ସମୟରେ ତାଙ୍କ ଗ୍ଲାମରସ ଫଟୋ ଚର୍ଚ୍ଚାକୁ ଆସେ। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଅନେକ ବୋଲ୍ଡ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଏକ ନୀଳ ରଙ୍ଗର ବିକ୍‌ନୀରେ ବହୁତ ହଟ୍‌ ଦିଶୁଛନ୍ତି। ବାଥ୍‌ଟବ୍‌ରେ ବସି ସେ କ୍ୟାମେରା ଆଡ଼କୁ ଚାହିଁଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ‘ଓ୍ବାଟର ବେବି ଅଲ୍‌ଓ୍ବେଜ୍‌’।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share