ୟେଲୋ ଡ୍ରେସ୍‌ରେ ପ୍ରଶଂସକଙ୍କ ହୃଦୟ ଜିଣୁଛନ୍ତି ଏହି ଅଭିନେତ୍ରୀ

ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଖ୍ୟାତନାମା ଅଭିନେତ୍ରୀ ହେଉଛନ୍ତି ମୋନାଲିସା। ସେ ସବୁବେଳେ ତାଙ୍କର ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ମୋନାଲିସା ଯେତେବେଳେ ବି ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଥାନ୍ତି ତାହା ତୀବ୍ର ବେଗରେ ଭାଇରାଲ ହୋଇଥାଏ। ଏବେ ଇନ୍‌ଷ୍ଟାଗ୍ରାମରେ ସେ କିଛି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଫ୍ରିଲ୍‌ ଟପ୍‌ ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି। ଏହି ଫଟୋରେ ସେ ଏକ ହଳଦିଆ ରଙ୍ଗର ଡିପ୍‌ ନେକ୍‌ର ଫ୍ରିଲ୍‌ ଟପ୍‌ ସହ ପ୍ଲାଜୋ ପିନ୍ଧିଛନ୍ତି। ଏହି ଗେଟ୍‌ଅପ୍‌ରେ ସେ ଖୁବ୍‌ ଆକର୍ଷଣୀୟା ଦିଶୁଛନ୍ତି। ତାଙ୍କର ଏହି ଲୁକ୍‌କୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ପୋଷ୍ଟରେ ପ୍ରତିକ୍ରିୟା ଦେବାକୁ ଆଦୌ ଭୁଲିନାହାନ୍ତି ୟୁଜର। ମୋନାଲିସାଙ୍କ ଫଟୋରେ ଅଭିନେତ୍ରୀ ଓଇଣ୍ଡ୍ର୍ରିଲା ସେନ୍‌ ଲେଖିଛନ୍ତି, ସେକ୍ସି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆପଣ ଭୋଜପୁରୀ କୁଇନ୍‌।

Share