ହଲିଉଡରେ ଜ୍ୟାକଲିନ

ମୁମ୍ବାଇ: ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜ୍ୟାକଲିନ ପର୍ନାଡିଜ ଏବେ ହଲିଉଡ ପାଇଁ ପ୍ରସ୍ତୁତ ହୋଇଗଲେଣି । ନିଜର ଷ୍ଟାଇଲିସ ଲୁକ ଓ ସାମଜିକ କାର୍ଯ୍ୟ ପାଇଁ ବେଶ ପରିଚିତ ଏହି ନାୟିକା । ବିଶେଷ ଭାବେ ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଏନପାୱାରମେଣ୍ଟ ପାଇଁ ସବୁବେଳେ କିଛି ନା କିଛି ଉପାୟ ବାହାର କରୁଥାଆନ୍ତି ଏହି ଅଭିନେତ୍ରୀ । ଅଭିନୟରେ ବି ଫ୍ୟାମିଲି ସେଣ୍ଟ୍ରିକ୍ ଫିଲ୍ମ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଜ୍ୟାକଲିନ । ଖୁବଶୀଘ୍ର ସେ ଏମିତି ଏକ ହଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଥିବା ଜଣାପଡିଛି ।
ନିକଟରେ ଜ୍ୟାକଲିନ ପର୍ନାଡିଜ ହଲିଉଡ ମୁଭି ‘ଟେଲ ଇଟ ଲାଇକ ଏ ଓମେନ’ର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି । ପୋଷ୍ଟରରେ ଜ୍ୟାକଲିନଙ୍କ ସହ ମାର୍ଗାରେଟ ବାୟ, ଇବା ଲୋଙ୍ଗେରିୟା, କାରା ଡେଲେୱିଗନେ, ଏନି ବତନବେ, ଜେନିଫର ହଡସନ ଓ ମାର୍ସିୟା ଗେ ହାର୍ଡନଙ୍କୁ ଦେଖିବାକୁ ମିଳିଛି । ଏହାକୁ ଶେୟାର କରି ଜ୍ୟାକଲିନ ଫିଲ୍ମର ପୁରା ଟିମକୁ ଧନ୍ୟବାଦ ଦେଇଛନ୍ତି । ଏହା ଏକ ଆନ୍ଥୋଲୋଜି ଫିଲ୍ମ । ଯାହାକୁ ବିଶ୍ୱର ବିଭିନ୍ନ ଭାଗରୁ ୮ ମହିଳା ଫିଲ୍ମ ମେକର୍ସ ନିର୍ଦ୍ଦେଶନା ଦେଇଛନ୍ତି । ଏହା କମେଡି, ଡ୍ରାମା, ଆନିମେଶନ ବେସଡ୍ ସର୍ଟ ଫିଲ୍ମ ହେବ । ଜ୍ୟାକଲିନ ଯେଉଁ ଭାଗରେ କାମ କରିଛନ୍ତି ତାହାର ନାମ ହେଉଛି ଶେୟାରିଂ ଏ ରାଇଡ । ଏହାକୁ ଲିନା ଯାଦବ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଟ୍ରାନ୍ସଜେଣ୍ଡର ମଡେଳ ଅଞ୍ଜଳି ଲାମା ବି ନଜର ଆସିବେ । ତେବେ ‘ଟେଲ ଇଟ ଲାଇକ ଏ ଓମେନ’ ର ଶୁଟିଂ ଇଟାଲୀ, ଭାରତ ଓ ଆମେରିକାରେ କରାଯାଇଛି ।
୨୦୧୫ରେ ଆସିଥିବା ବ୍ରିଟିଶ ଫିଲ୍ମ ‘ଡେଫିନେଶନ ଅଫ୍ ଫିୟର’ରେ ବି ଜ୍ୟାକଲିନ କାମ କରିସାରିଛନ୍ତି । ଏମିତି ଦେଖିଲେ ଜ୍ୟାକଲିନଙ୍କ ଖାତାରେ ଏକ ଅଫ୍ ହଲିଉଡ ଫିଲ୍ମ ଯୋଡି ହୋଇଯାଇଛି । ବଲିଉଡରେ ସେ ଖୁବଶୀଘ୍ର ‘ସର୍କସ’ ଓ ‘ରାମ ସେତୁ’ରେ ନଜର ଆସିବେ ।

Share