ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏବଂ ସ୍ବାମୀ ଗୌତମ କିଚଲୁଙ୍କ ବିବାହ ଓ ନିର୍ବନ୍ଧ ସମୟର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଥିମଧ୍ୟରୁ ଗୋଟିଏ ଫଟୋରେ କାଜଲ ହଳଦିଆ ରଙ୍ଗର ଏକ ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି। କାଜଲ ଏହି ନେଟ୍ ଶାଢ଼ୀ ସାଙ୍ଗକୁ ଏକ ଲମ୍ବା କାନଫୁଲ ପିନ୍ଧିଛନ୍ତି । ମ୍ୟାଚିଂ ମାସ୍କ ମଧ୍ୟ ଲଗାଇଛନ୍ତି ।
କାଜଲଙ୍କ ଏହି ଶାଢ଼ୀକୁ ଡିଜାଇନ କରିଛନ୍ତି ଲୋକପ୍ରିୟ ଡିଜାଇନର ମନୀଷ ମାଲହୋତ୍ରା। ଏଥିପାଇଁ ସେ ମନୀଷଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। କାରଣ ଏହି ଶାଢ଼ୀକୁ ମନୀଷ ୪ ମାସ ପୂର୍ବେ ଅର୍ଥାତ୍ ଲକ୍ଡାଉନ ସମୟରେ(ଜୁନ୍ ମାସରେ) ଡିଜାଇନ୍ କରିଥିଲେ। ଏଥିସହ କାଜଲ ଲେଖିଛନ୍ତି, ‘କଡ଼ା ଲକ୍ଡାଉନ୍ ମଧ୍ୟରେ ଜୁନ ମାସରେ କିଛି ସମ୍ଭବ ନୁହେଁ, କିନ୍ତୁ ମୋର ପ୍ରିୟ ମନୀଷ ଓ ତାଙ୍କ ଟିମ୍ ମୋ ପାଇଁ ଏହି ଶାଢ଼ୀ ପ୍ରସ୍ତୁତ କରିଥିବାରୁ ଧନ୍ୟବାଦ। ତୁମର କଠିନ ପରିଶ୍ରମ ଆଉ ଭଲପାଇବା ପାଇଁ ମୁଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଦେଉଛି।
ତେବେ ୩୦ ଅକ୍ଟୋବରରେ ଗୌତମ କିଚଲୁଙ୍କ ସହ କାଜଲ ଅଗ୍ରୱାଲ ବିବାହ କରିଥିଲେ।