ଅଭିନେତ୍ରୀ କଙ୍ଗନା ‘କୁ’ଆପ୍‌ରେ ୧ନମ୍ବର

ମୁମ୍ବାଇ: ଦିନକୁ ଦିନ ବଢୁଛି ‘କୁ’ର ଚାହିଦା। ଟୁଇଟର ପରେ ଏବେ ‘କୁ’ ଆଡେ ମନ ଦେଲେଣି ସୋସିଆଲ ମିଡିଆ ବ୍ୟବହାରକାରୀ। ଏବେ ଅନେକ ସେଲିବ୍ରିଟି ମଧ୍ୟ ‘କୁ’ କୁ ଆପଣାଇଛନ୍ତି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ‘କୁ’ ରେ ନିଜର ଆକାଉଣ୍ଟ ଖୋଲିଥିଲେ। ଯେଉଁଥିରେ ତାଙ୍କର ଫଲୋଅର୍ସ ୧୦ ଲକ୍ଷରେ ପହଞ୍ଚିଛି। କଙ୍ଗନାଙ୍କୁ ଟୁଇଟର ବ୍ୟାନ କରି ଦେବା ପରେ ମାଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ ‘କୁ’ ରେ ସେ ଏଣ୍ଟ୍ରି କରିଥିଲେ।

କଙ୍ଗନା ଚଳିତ ବର୍ଷ ଫେବ୍ରୁଆରୀରେ ‘କୁ’ ଆପ୍‌ରେ ଆକାଉଣ୍ଟ ଖୋଲିଥିଲେ। ଗତ ୩ ମାସ ଭିତରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ‘କୁ’ ରେ ସଫଳତା ପାଇଥିବା କଙ୍ଗନା ହେଉଛନ୍ତି ଏକମାତ୍ର ଅଭିନେତ୍ରୀ। ଏହି ପ୍ଲାଟଫର୍ମରେ ସେ ନିଜ ଫିଲ୍ମ ‘ଥଲାଇଭି’ର ଜୋରଦାର ପ୍ରମୋଶନ କରିଥିଲେ।

 

Share