କରୋନା ଆକ୍ରାନ୍ତ ହେଲେ କରୀନା

ବଲିଉଡ ଅଭିନେତ୍ରୀ କରୀନା କପୁର କରୋନା ପଜିଟିଭ ହୋଇଛନ୍ତି। ତାଙ୍କ ସହ ତାଙ୍କ ଘନିଷ୍ଠ ବନ୍ଧୁ ଅମୃତା ଆରୋରା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନିକଟରେ ଉଭୟଙ୍କୁ ଏକ ପାର୍ଟିରେ ଯୋଗ ଦେଇଥିଲେ। କରୀନା ଏବଂ ଅମୃତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଆରଟିପିସିଆର୍‌ ଟେଷ୍ଟ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ବିଏମସି ସେହି ସମସ୍ତ ଲୋକଙ୍କୁ ଟ୍ରାକ କରିବାକୁ ଚେଷ୍ଟା କରୁଛି, ଯେଉଁମାନେ ଅତୀତରେ ସେମାନଙ୍କ ସହ ପାର୍ଟିରେ ଯୋଗ ଦେଇଥିଲେ।
ଅତୀତରେ କରୀନା ସହିତ ପାର୍ଟି କରୁଥିବା ଦେଖାଯାଇଥିଲା। ତାଙ୍କ ଭଉଣୀ କରିସ୍ମା କପୁର, ମଲାଇକା ଆରୋରା ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ। ଏହି ପାର୍ଟି ଅନିଲ କପୁରଙ୍କ ଝିଅ ରିୟା କପୁରଙ୍କ ଘରେ ରଖାଯାଇଥିଲା।

Share