Advertisement

ଅଭିନେତ୍ରୀ କସ୍ତୁରୀ ଗିରଫ

ହାଇଦ୍ରାବାଦ, ୧୬।୧୧: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ଗିରଫ କରାଯାଇଛି। କିଛି ଦିନ ପୂର୍ବରୁ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସେ ତେଲୁଗୁ ଭାଷାର ଲୋକମାନଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହାପରେ ତାଙ୍କୁ ଚାରିଆଡ଼ୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଘଟଣାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇବା ବେଳେ ସେ କିଛି ଦିନ ପାଇଁ ନିଖୋଜ ହୋଇଯାଇଥିଲେ ଏବଂ ପୋଲିସ ତାଙ୍କୁ ଖୋଜିବାରେ ଲାଗିଥିଲା। ଗତ ୧୪ ତାରିଖରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ତାଙ୍କୁ ଏହି ମାମଲାରେ ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଥିଲେ।

ତେଲୁଗୁ ଭାଷାଭାଷୀ ଲୋକମାନଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବାରୁ ଶନିବାର ତାମିଲନାଡ଼ୁ ପୋଲିସ କସ୍ତୁରୀଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ପ୍ରକାଶ ଯେ, ୧୯୯୧ରେ ତାମିଲ ଫିଲ୍ମ ‘ଆଥି ଭଗବାନ’ରୁ ଡେବ୍ୟୁ କରିଥିବା କସ୍ତୁରୀ ବହୁ ତାମିଲ, ମାଲୟାଲମ, ତେଲୁଗୁ ଏବଂ କନ୍ନଡ଼ ଫିଲ୍ମରେ ଅଭିନୟ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share