ଲିଭ ଇନ୍ ରିଲେସନଶିପକୁ ପସନ୍ଦ କରନ୍ତି ନାହିଁ କ୍ରିତି

ମୁମ୍ବାଇ: ଏବେ ଲିଭ ଇନ୍ ରିଲେସନଶିପ ଏକ ଫ୍ୟାଶନ ହୋଇଯାଇଛି କହିଲେ କିଛି ଭୁଲ ହେବନାହିଁ ବୋଧହୁଏ । ସେଲିବ୍ରିଟି ତ ସେଲିବ୍ରିଟି ଏବେ ସାଧାରଣ ଲୋକେ ବି ଏହାକୁ ବେଶ ପସନ୍ଦ କରୁଛନ୍ତି । ଆଉ ଏମିତି କେତେଜଣ ମାତା ପିତା ଅଛନ୍ତି ଯଉଁମାନେ ସେମାନଙ୍କ ପିଲାମାନଙ୍କୁ ସ୍ୱାଧିନତା ଦେଉଥିବା ବେଳେ ଏହି ଲିଭ ଇନ୍ ରିଲେସନଶିପକୁ ବି ପସନ୍ଦ କରି ଥାଆନ୍ତି । ହେଲେ ଆଉ କେତେଜଣ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ ଉଠାଇ ଥାଆନ୍ତି । ଏହା ପିଲାମାନଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥାଏ । ଏହି ଲିଭ ଇନ୍ ରିଲେସନଶିପକୁ ନେଇ ବଲିଉଡ ନାୟିକା କ୍ରିତି ସାନନ ନିକଟରେ ଖୋଲାଖୋଲି କଥା ହୋଇଛନ୍ତି । ସେ ତାଙ୍କ ଫିଲ୍ମ ‘ଲୁକା-ଛୁପ୍ପି’ରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଲିଭ ଇନ୍ ରିଲେସନଶିପରେ ରହିଥିବା ଏକ ଚରିତ୍ରରେ ଅଭିନୟ କରିଛନ୍ତି । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଏବେ ଏହାକୁ ନେଇ ପ୍ରଶ୍ନ କରାଯିବାରୁ କ୍ରିତି କହିଛନ୍ତି, ଲିଭ ଇନ୍ ରିଲେସନଶିପ ଭଲ ହେଲେ ମୁଁ ମୋ ପରିବାର ସଦସ୍ୟଙ୍କୁ ଖୁବ୍ ସମ୍ମାନ କରେ ତେଣୁ ଏସବୁ ମୋ ପକ୍ଷେ ସମ୍ଭବ ନୁହେଁ । ଏହା ବ୍ୟତୀତ ଲିଭଇନ୍ କଥା ଶୁଣିଲେ ମୋ ମାଆ ଅନେକ ପ୍ରଶ୍ନ ଉଠାଇବେ ତେଣୁ ମୁଁ ଏହି ଲିଭ ଇନ୍ ରିଲେସନଶିପକୁ ପସନ୍ଦ କରେ ନାହିଁ । ଏପଟେ ନିକଟରେ ସେ ଅଭିନୟ କରିଥିବା ମୁଭି ‘ମିମି’ରେ ସେ ଜଣେ ସରୋଗସୀ ମା’ ଭୂମିକାରେ ଦର୍ଶକଙ୍କ ମନ କିଣିଛନ୍ତି । ତେଣୁ ସେ ସରୋଗେସିକୁ ନେଇ କହିଛନ୍ତି ଏହା ଏକ ଭଲ ଉପାୟ । ଯେଉଁମାନେ ସାଧାରଣ ଭାବେ ମା’ ହୋଇ ପାରୁ ନାହାନ୍ତି ସେମାନେ ଏହାକୁ ଆପଣେଇବା ଭଲ । ଖୁବ୍‌ଶୀଘ୍ର ଏହି ଅଭିନେତ୍ରୀ ‘ଆଦି ପୁରୁଷ’ରେ ଦେଖାଦେବେ । ଏଥିରେ କ୍ରିତିଙ୍କ ବ୍ୟତୀତ ପ୍ରଭାସ ଓ ଶୈଫ ଅଲି ଖାଁଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ ।

 

Share