Categories: ଜାତୀୟ

ଗିରଫ ହେଲେ ଅଭିନେତ୍ରୀ ଲିନା ମାରିଆ ପଲ୍‌

ନୂଆଦିଲ୍ଲୀ,୬।୯: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଗିରଫ ହେବା ପରେ, ଏବେ ତାଙ୍କ ପ୍ରେମିକା ଅଭିନେତ୍ରୀ ଲିନା ମାରିଆ ପଲ୍‌ଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ମାରିଆଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଟକ ରଖି ଅଧିକ ତଦନ୍ତ ଚାଲିଛି। ଅଭିଯୁକ୍ତ ସୁକେଶଙ୍କୁ ଟଙ୍କା ଠକେଇରେ ଅଭିନେତ୍ରୀ ସାହାଯ୍ୟ କରୁଥିବା ତଦନ୍ତ ବେଳେ ଜଣାପଡ଼ିଛି।
ସୂଚନା ଅନୁସାରେ, ସୁକେଶ ନିଜକୁ ଆଇନ ମନ୍ତ୍ରାଣାଳୟର କର୍ମଚାରୀ କହି ବ୍ୟବସାୟୀ ଶିଭିନ୍ଦର ମୋହନ ସିଂଙ୍କ ସ୍ତ୍ରୀ ଅଦିତି ସିଂଙ୍କ ଠାରୁ ଟଙ୍କା ଠକିନେଇଥିଲେ। ଏଥିରେ ମାରିଆ ସହଯୋଗ କରିଥିବା ତାଙ୍କ କଲ ଲିଷ୍ଟରୁ ଜଣାପଡ଼ିଛି। ଏହି ମାମଲାରେ ପୂର୍ବରୁ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିଥିଲା।

Share