ମୁମ୍ବାଇ, ୬।୯: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମଲାଇକା ସଂକ୍ରମିତ ହେବା ନେଇ ତାଙ୍କ ଭଉଣୀ ଅମୃତା ଆରୋରା ସୂଚନା ଦେଇଛନ୍ତି। ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିବାବେଳେ ସେ ଖୁବ୍ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଅମୃତା ଫ୍ୟାନମାନଙ୍କୁ ଜଣାଇଛନ୍ତି। ସୂଚନା ଥାଉ ଯେ, ମଲାଇକାଙ୍କ ଶୋ’ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସ’ ସେଟ୍ର ୭ରୁ ୮ ଜଣ ଲୋକଙ୍କୁ କରୋନା ଭାଇରସ ସଂକ୍ରମିତ ହୋଇଥିବା ନେଇ ଖବର ଆସିଥିଲା।