ବଲିଉଡ୍‌ର ଆଉ ଜଣେ ଅଭିନେତ୍ରୀଙ୍କ ପରଲୋକ

ବଲିଉଡ୍‌ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କର ପରଲୋକ ଘଟିଛି। ସେ କେତୋଟି ଫିଲ୍ମରେ ଅଭିନୟ କରିଥିବା ବେଳେ ଆଇଟମ୍‌ ନମ୍ବର ମଧ୍ୟ କରିଥିଲେ। ଗତ କିଛି ଦିନ ହେବ ସେ କିଡନୀ ସମସ୍ୟାରେ ପୀଡିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପ୍ରଶଂସକ ଏବଂ ପରିଚିତ ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି।
ମିଷ୍ଟି ପ୍ରାୟ ଏକ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ। ସେ ୨୦୧୨ ମସିହାରୁ ଫିଲ୍ମ ‘ଲାଇଫ୍‌ କି ତୋ ଲଗ୍‌ ଗୟି’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ଅନେକ ଫିଲ୍ମ ଏବଂ ଆରଲବମ୍‌ରେ ଦେଖିବାକୁ ମିଳିଥିଲା।

Share