ଦ୍ୱିତୀୟ ବିବାହ କଲେ ନୀନା ଗୁପ୍ତାଙ୍କ ଝିଅ ମସାବା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା। ଦୀର୍ଘଦିନର ପ୍ରେମିକ ସତ୍ୟଦୀପ ମିଶ୍ରାଙ୍କ ହାତ ଧରିଛନ୍ତି ସେ। ବେଶ ନିରାଡମ୍ବରରେ ପରିବାରଲୋକଙ୍କ ଗହଣରେ ଦୁହେଁ ବିବାହ କରିଛନ୍ତି। ମସାବା ନିଜର ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି।

ସତ୍ୟଦୀପଙ୍କୁ ମସାବା ଶୁଟିଂ ସେଟ୍‌ରେ ଭେଟିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇଥିଲା। ଉଭୟ ପରସ୍ପରକୁ ଡଟ୍‌ କରି ଆସୁଥିଲେ। କିଛିଦିନ ପୂର୍ବେ ନେଟଫ୍ଲିକ୍ସରେ ‘ମସାବା-ମସାବା’ ସିରିଜ ରିଲିଜ ହୋଇଥିଲା। ଏଥିରେ ସତ୍ୟଦୀପ ହିଁ ମସାବାଙ୍କ ସ୍ବାମୀଙ୍କ ଭୂମିକାରେ ଅଭିନୟ କରିଥିଲେ।

କହିରଖୁଛୁ, ସତ୍ୟଦୀପ ଏହା ପୂର୍ବରୁ ଅଭିନେତ୍ରୀ ଅଦିତି ରାଓ ହୈଦରିଙ୍କୁ ବିବାହ କରିଥିଲେ। ୨୦୦୯ରେ ଦୁହେଁ ବିବାହ କରିଥିଲେ। ୨୦୧୩ରେ ସେମାନେ ଅଲଗା ହୋଇଥିଲେ। ସେହିଭଳି ମସାବା ପୂର୍ବରୁ ବଲିଉଡର ଜଣାଶୁଣା ପ୍ରଯୋଜକ ମଧୁ ମଣ୍ଟେନାଙ୍କୁ ବିବାହ କରିଥିଲେ। ସତ୍ୟଦୀପ ପେସାରେ ଜଣେ ଅଭିନେତା। ‘ନୋ ଓ୍ବାନ କିଲ୍ଡ ଜେସିକା, ବମ୍ବେ ଭେଲଭେଯ୍‌, ଚିଲ୍ଲର ପାର୍ଟି ଏବଂ ବିକ୍ରମ ବେଧା ଭଳି ଫିଲ୍ମରେ କାମ କରିଛନ୍ତି।

Share