ଇସ୍ରାଏଲରେ ଫସିଛନ୍ତି ଅଭିନେତ୍ରୀ ନୁଶରତ, ଯୋଗାଯୋଗ କରିପାରୁନି ଟିମ୍‌

ବମ୍ବେ: ବର୍ତ୍ତମାନ ଇସ୍ରାଏଲରେ ଯୁଦ୍ଧ ଚାଲିଛି। ପାଲେଷ୍ଟାଇନ୍‌ ସମର୍ଥକ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ବେଳେ ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏସବୁ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ନୁଶରତ ଭାରୁଚା ମଧ୍ୟ ଇସ୍ରାଏଲରେ ଫସିଥିବା ନେଇ ଖବର ଆସୁଛି।

ନୁଶରତ ହାଇଫା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେବା ଲାଗି ଇସ୍ରାଏଲ ଯାଇଥିଲେ। ସେଠାରେ ଅଭିନେତ୍ରୀଙ୍କ ଫିଲ୍ମ ‘ଅକେଲି’ର ସ୍କ୍ରିନିଂ ରଖାଯାଇଥିଲା। ଯୁଦ୍ଧର ସ୍ଥିତି ଉପୁଜିବା ପରେ ମୁମ୍ବାଇରେ ଥିବା ତାଙ୍କ ଟିମ୍‌ ଶନିବାର ତାଙ୍କ ସହ କଥା ହୋଇଥିଲେ। ସେହି ସମୟରେ ସେ ତଳ ମହଲାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଥିଲେ। ହେଲେ ଏବେ ତାଙ୍କ ସହ ସମ୍ପର୍କ ଛିନ୍ନ ହୋଇଛି। ଫଳରେ ସେ ଏବେ କିଭଳି ଅବସ୍ଥାରେ ଅଛନ୍ତି ତାହାକୁ ନେଇ ପରିବାର ଲୋକଙ୍କ ସହ ଟିମ୍‌ର ସଦସ୍ୟମାନେ ଚିନ୍ତିତ ଅଛନ୍ତି। ଯଦି ଶୀଘ୍ର ତାଙ୍କ ସହ ସମ୍ପର୍କ ନ ହୁଏ ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହାୟତା ଲୋଡାଯିବ ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି।

Share