ସାମ୍ନାକୁ ଆସିଲା ସାଇନା ନେହଓ୍ବାଲଙ୍କ ବାୟୋପିକ୍‌ ଲୁକ୍‌

ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍‌ରେ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମରେ ସାଇନାଙ୍କ ଲୁକ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରିଣୀତିଙ୍କ ଏହି ଲୁକ୍‌କୁ ନିଜେ ସାଇନା ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ପରିଣୀତି ଛୋଟ କୋଶରେ ହାୟାରବ୍ୟାଣ୍ଡ ଲଗାଇଛନ୍ତି। ମୁହଁରେ ଖେଳର ଉତ୍ସାହ ସ୍ପଷ୍ଟ ବାରିହୋଇ ପଡ଼ୁଛି। ପରିଣୀତିଙ୍କ ମୁହଁର ଭଙ୍ଗୀ ଅନେକ କଥା ମଧ୍ୟ କହୁଛି। ଏହି ଫଟୋକୁ ଶେୟାର କରି ସାଇନା କ୍ୟାପଶନରେ ଲେଖିଛନ୍ତି, ମୋ ପରି ପରିଣୀତି ଚୋପ୍ରା।

Share