ସଲମାନଙ୍କ ସହ ଭାଇମାନଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଥିଲେ ଏହି ଅଭିନେତ୍ରୀ

ବମ୍ବେ: ଦବଙ୍ଗ ଖାଁ ସଲମାନ ଯେତିକି ଲୋକପ୍ରିୟ ସେତିକି ବିବାଦୀୟ ମଧ୍ୟ। ବଳାତ୍କାର ସାଙ୍ଗକୁ ଯୌନ ନିର୍ଯାତନା ଭଳି ମାମଲାରେ ସେ ଛନ୍ଦି ହୋଇ ବଦନାମ ହୋଇଛନ୍ତି। ଏକଦା ଅଭିନେତ୍ରୀ ପୂଜା ମିଶ୍ରା ଭାଇଜାନଙ୍କ ଉପରେ ବଳାତ୍କାର ଅଭିଯୋଗ ଲଗାଇଥିଲେ। କେବଳ ସଲମାନ ନୁହନ୍ତି ତାଙ୍କ ଭାଇମାନେ ମଧ୍ୟ ବଳାତ୍କାର କରିଥିବା ସେ ଦର୍ଶାଇଥିଲେ।

ସୁଲତାନ୍‌ ଫିଲ୍ମ ଶୁଟିଂ ସମୟରେ ଅନେକ ଥର ତାଙ୍କର ବଳାତ୍କାର କରାଯାଇଥିବା ପୂଜା କହିଥିଲେ। ହେଲେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଥିଲା। ଅନେକ ଦିନ ଯାଏ ସେ ଚର୍ଚ୍ଚାରେ ରହିଥିଲେ। ମାତ୍ର ସଲମାନ ଏପରି କରିଥିବା ପ୍ରଶଂସକ ବିଶ୍ୱାସ କରିପାରି ନ ଥିଲେ।

ତେବେ ପୂଜା ଅନେକ ଥର ବିବାଦରେ ଫସିଛନ୍ତି। ସେ ‘ଦିଲ୍‌ କା ରିସ୍ତା’ ଫିଲ୍ମରେ କାମ କରିବା ସହ କିଛି ଫିଲ୍ମରେ ଆଇଟମ୍‌ ନମ୍ବର କରିଥିଲେ। ଏହାଛଡ଼ା ସେ ସଲମାନଙ୍କ ବିଗ୍‌ବସ୍‌ରେ ନଜର ଆସିଥିଲେ। ଫିଲ୍ମରେ ତାଙ୍କ କ୍ୟାରିୟର ସେତେଟା ସଫଳ ନ ଥିଲେ ହେଁ ସେ ଅନେକ ମାଗାଜିନର କଭର୍‌ ପେଜ୍‌ରେ ନଜର ଆସିଛନ୍ତି।

Share