Advertisement

ସୋସିଆଲ ମିଡିଆରେ କରାଯାଉଛି ବଦ୍‌ନାମ: ଥାନାର ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର; ଜାଣନ୍ତୁ..

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପକୃତି ମିଶ୍ର। ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ଆଣି ମଞ୍ଚେଶ୍ୱର ଥାନାରେ ସେ ଏକ ଓ୍ବେବ୍‌ ଚ୍ୟାନେଲ୍‌ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ଚ୍ୟାନେଲ୍‌ରେ ତାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ କରାଯାଇଛି। ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି। ଏହାଦ୍ୱାରା ତାଙ୍କୁ ଏବଂ ତାଙ୍କ ପରିବାରକୁ ମାନସିକ ଭାବେ ଆଘାତ ପହଞ୍ଚିଛି ବୋଲି ପ୍ରକୃତି କହିଛନ୍ତି।

ସେ ଜଣେ କଳାକାର। ଏଣୁ କଳାକାରଟିଏ ବିଜ୍ଞାପନ କରିବା ଉପରେ ରୋକ ନାହିଁ। ହେଲେ ବାସ୍ତବିକ କଥାକୁ କଦର୍ଥ କରି ପରିବାରକୁ ନେଇ ଭିଡିଓ ପ୍ରସ୍ତୁତ କରାଯାଇଛି। ଯାହାକି ଭୁଲ। ଏସବୁ ହେବା ବନ୍ଦ ହେବା ଆବଶ୍ୟକ। ତେଣୁ ସେ ଥାନାକୁ ଆସିବାକୁ ଚାହିଁଲେ। ଆବଶ୍ୟକ ପଡ଼ିଲେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ତେବେ ଉକ୍ତ ଓ୍ବେବ୍‌ ଚ୍ୟାନେଲରେ ପ୍ରକୃତିକୁ ନେଇ ଏକ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା। ଏହାକୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ପ୍ରକୃତି ଉକ୍ତ ଭିଡିଓ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share