‘ସୋନା’ଠାରୁ ଦୂରେଇ ଗଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଲିଉଡରେ ବି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛିଦିନ ତଳେ ଏହି ଅଭିନେତ୍ରୀଙ୍କୁ ଓ୍ବେବ ସିରିଜ ସିଟାଡେଲରେ ଦେଖିବାକୁ ମିଳିଥିଲା। ପିସି ତାଙ୍କ ବେକାକୁ ବୟାନକୁ ନେଇ ବି ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଆକ୍ଟିଂ ସହ ପିସି ବିଜନେସରେ ବି ନିଜର ଭାଗ୍ୟ ପରୀକ୍ଷା କରି ନେଇଛନ୍ତି। ସେ ନ୍ୟୁୟର୍କରେ ନିଜର ଏକ ରେସ୍ତୋରାଁ ଖୋଲିଥିଲେ। ଏହି ଇଣ୍ଡିଆନ ରେସ୍ତୋରାଁର ନାମ ସେ ‘ସୋନା’ ରଖିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ଏବେ ଏହି ରେସ୍ତୋରାଁ ବିଜନେସରୁ କୁଆଡେ ଦୂରେଇ ଯାଇଛନ୍ତି।

ସୂଚନାଯୋଗ୍ୟ, ପ୍ରିୟଙ୍କା ମନୀଷ କେ ଗୋୟଲଙ୍କ ପାର୍ଟନରଶିପରେ ଏହି ରେସ୍ତୋରାଁ ଆରମ୍ଭ କରିଥିଲେ। ମନୀଷ ଏକ ମାଗାଜିନକୁ କହିଥିଲେ ଯେ ରେସ୍ତୋରାଁର ସୃଜନଶୀଳତା ପଛରେ ପ୍ରିୟଙ୍କା ଆଇଡିଆ ଥିଲେ। ସେମାନଙ୍କ ସହଭାଗୀତା ଏବଂ ସମର୍ଥନ ପାଇଁ ଆମେ କୃତଜ୍ଞ। ପ୍ରିୟଙ୍କା ଆଉ ଆମର ସୃଜନଶୀଳ ସାଥୀ ନୁହଁନ୍ତି, ସେ ସୋନା ପରିବାରର ଏକ ଅଂଶ ହେବେ ଏବଂ ଏହି ନୂତନ ଅଧ୍ୟାୟ ପାଇଁ ଆମେ ବହୁତ ଉତ୍ସାହିତ।

Share