ମାଆ ହେଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରୟଙ୍କା ଚୋପ୍ରା ମା’ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ପିସି ନିଜେ ଏହି ଖବର ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସରୋଗେସି ମାଧ୍ୟମରେ ସେ ମା’ ହୋଇଥିବା ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ସେ ଏକ ନୋଟ ଲେଖି ଏହି ଖୁସି ଖବର ଦେଇଛନ୍ତି । ପ୍ରିୟଙ୍କା ଲେଖିଛନ୍ତି, ଆପଣମାନେ ଜାଣି ଖୁସି ହେବେ ଯେ ଆମେ ସରୋଗେସି ମାଧ୍ୟମରେ ଆମ ସନ୍ତାନକୁ ସ୍ୱାଗତ କରିଛୁ । ଆମେ ଏହି କଥାକୁ ଗୋପନୀୟ ରଖିଥିଲୁ କାରଣ ସେହି ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ଅଧିକ ଗୁରୁତ୍ୱ ଦେଇଥିଲୁ । ସମସ୍ତଙ୍କୁ ଧନ୍ୟବାଦ ।
ପିସିଙ୍କ ଏହି ପୋଷ୍ଟ ପରେ ସବୁଠୁ ଛୁଟିଛି ଶୁଭେଚ୍ଛାର ସୁଅ । ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିକ ଜୋନସଙ୍କ ଭାଇ ଜୋ ଜୋନସ ଏକ ହାର୍ଟ ଇମୋଜି ଦେଇ ଉଭୟ ପ୍ରିୟଙ୍କା ଓ ନିକଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି । ଅଳ୍ପ ସମୟ ଆଗରୁ ପୋଷ୍ଟ କରାଯାଇଥିବା ଏହି ଖୁସି ଖବରକୁ ୫ ଲକ୍ଷରୁ ଅଧିକ ଲୋକ ଲାଇକ୍ କରି ସାରିଲେଣି ।
ସୂଚନାଯୋଗ୍ୟ, ୨୦୧୮ରେ ପ୍ରିୟଙ୍କା ଚୋପ୍ରା ଆମେରିକାନ ସିଙ୍ଗର ନିକ ଜୋନସଙ୍କୁ ବିବାହ କରିଥିଲେ । ଏମାନଙ୍କ ବିବାହ ରାଜସ୍ଥାନ ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ହିନ୍ଦୁ ଓ ଇସାଇ ରିତିନୀତିରେ ଅନୁଷ୍ଠିତ ହୋଇଥିଲା । କିଛିଦିନ ପୂର୍ବରୁ ପିସି ତାଙ୍କ ଇନଷ୍ଟାଗ୍ରାମରୁ ନିକ ଜୋନସଙ୍କ ସରନେମ ହଟାଇ ଦେବା ପରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହେବ ବୋଲି ଆଲୋଚନା ହୋଇଥିଲା ।

ଏବେ ମିଳିଥିବା ସୂଚନା ଅନୁଯାୟୀ ପ୍ରିୟଙ୍କା-ନିକଙ୍କ ଘରକୁ ଆସିଛି ଏକ ନହ୍ନି ପରୀ । ଅର୍ଥାତ୍ କନ୍ୟା ସନ୍ତାନର ଅଭିଭାବକ ପାଲଟି ଯାଇଛନ୍ତି ପ୍ରିୟଙ୍କା ଓ ତାଙ୍କ ପତି ନିକ । ଶିଶୁଟି ୧୨ ସପ୍ତାହ ପୂର୍ବରୁ ଦକ୍ଷିଣ କାଲିଫର୍ନିଆର ଏକ ହସ୍ପିଟାଲରେ ଜନ୍ମ ନେଇଥିଲା । ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାକୁ ସେଠାରେ ରଖାଯାଇଥିଲା । ଆଉ ଏବେ ଶିଶୁକନ୍ୟାଟି ପ୍ରିୟଙ୍କାଙ୍କ ଘରକୁ ଆସିଛି ।

Share