Advertisement

ମୃତ ଚାଷୀଙ୍କ ପରିବାରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା

ସାକ୍ଷୀଗୋପାଳ,୨୭।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ ପଣ୍ଡା ଶୁକ୍ରବାର ଆର୍ଥିକ ସହାୟତାର ଯୋଗାଇ ଦେଇଛନ୍ତି। ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ୧ ଲକ୍ଷ ଟଙ୍କାର ଚେକ୍‌ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ପାର୍ବତୀ ଦଳେଇଙ୍କୁ ପ୍ରଦାନ କରିଥିଲେ।

ଏପରିକି ଏକାଦଶାହ ଉପଲକ୍ଷେ ୮ଶହ ଲୋକଙ୍କ ପାଇଁ ମହାପ୍ରସାଦ ସେବନ କରାଇବାର ସମ୍ପୂର୍ଣ୍ଣ ବ୍ୟୟ ଓ ସମସ୍ତ ବ୍ୟବସ୍ଥା କରାଇବେ ବୋଲି ରାଣୀ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଋଣବୋଝ ସାଙ୍ଗକୁ ଫସଲହାନୀ ସେପଟେ ପରିବାରର ମୁଖିଆଙ୍କୁ ହରାଇ ଭାଙ୍ଗିପଡ଼ିଥିବା ପରିବାର ପାଇଁ ରାଣୀ ପଣ୍ଡା ଜନ୍ମିତ ଝିଅଠାରୁ ଅଧିକ କର୍ତ୍ତବ୍ୟ କରିଥିବାରୁ ପରିବାର ଲୋକେ ରାନୀଙ୍କୁ ଆର୍ଶିବାଦ କରିଛନ୍ତି। ଗ୍ରାମବାସୀ ମଧ୍ୟ ରାନୀଙ୍କ ଏଭଳି ସହାୟତା ପାଇଁ କୃତଜ୍ଞତା ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share