ଟାଇଟ୍‌ ଡ୍ରେସ୍‌ ପିନ୍ଧି ଅଭିନେତ୍ରୀଙ୍କ ହେଲା ଏମିତି ଅବସ୍ଥା, ଭାଇରାଲ ହେଉଛି ଫଟୋ

ଫ୍ୟାଶନ ସେନ୍ସ ଭଲ ହେବା ଠିକ୍‌। କିନ୍ତୁ ଏହି ଫ୍ୟାଶନ ବେଳେ ବେଳେ ଲୋକଙ୍କୁ ଅପମାନିତ କରାଇବା ଏପରିକି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ତେଣୁ ଜଣେ ଡ୍ରେସ୍‌ ପିନ୍ଧିବା ପୂର୍ବରୁ ଦୁଇଥର ଭାବିବା ଦରକାର। ନିଜ ଚେହେରାଠାରୁ ଅଧିକ ଫ୍ୟାଶନ କଲେ ମଣିଷ ଅଡୁଆରେ ପଡ଼ିଥାଏ। ଏପରି ଏକ ପ୍ରକୃତ ଘଟଣା ଦେଖିବାକୁ ମିଳିଛି ଚାଇନାର ଜଣେ ଅଭିନେତ୍ରୀଙ୍କ କ୍ଷେତ୍ରରେ।

ସୋସିଆଲ ମିଡିଆରେ ଏହି ସମୟର ଫଟୋ ଏବେ ଭାଇରାଲ ହେଉଛି। ଚାଇନାର ଏହି ଅଭିନେତ୍ରୀ ଝାଙ୍ଗ୍‌ ମେଙ୍ଗ୍‌ଙ୍କୁ ନିଜ ଆଉଟ୍‌ଫିଟ୍‌ ପାଇଁ ହସ୍ପିଟାଲ ଯିବାକୁ ପଡ଼ିଛି। କାରଣ ଏକ ପ୍ରୋଗ୍ରାମରେ ଝାଙ୍ଗ୍‌ ଟାଇଟ୍‌ ଡ୍ରେସ୍‌ ପିନ୍ଧିଥିଲେ। ଫଳରେ ତାଙ୍କ ଅଣ୍ଟା ଏବଂ ପିଠିରେ ଆଘାତ ଲାଗିଛି। ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆପଣମାନେ ମୋ’ ପାଇଁ ଏତେ ଚିନ୍ତା କରିଥିବାରୁ ଧନ୍ୟବାଦ। ପ୍ରକୃତ କଥା ହେଲା ଏହି ଡ୍ରେସ୍‌ ମୋତେ ଛୋଟ ହେଉଥିଲା। ଏହାକୁ ଚେଞ୍ଜ କରିବା ମୋ ପକ୍ଷରେ ସମ୍ଭବ ନ ଥିଲା। ଯାହାଦ୍ୱାରା ମୁଁ ଅସୁବିଧାରେ ପଡ଼ିଥିଲି।

Share