ବିବାହ କରିବେକି କିମ୍‌

ମୁମ୍ବାଇ: ବଲିଉଡ୍ ନାୟିକା କିମ୍ ଶର୍ମା ପ୍ରାୟ ଏକ ଦଶକ ହେବ ସିଲଭର ସ୍କ୍ରିନଠାରୁ ଦୂରେଇ ରହିଛନ୍ତି । ହେଲେ ଆଜିବି ସୋସିଆଲ ମିଡିଆରେ ସେ ବେଶ୍ ଆକ୍ଟିଭ । ବୁଲିବାକୁ ଭଲ ପାଉଥିବା କିମ୍ ଅନେକ ସମୟରେ ବିଭିନ୍ନ ସ୍ଥାନ ବୁଲିଯିବା ସହ ସେଠାକାର ଫଟୋ ସୋସିଆଲ ମିଡିଆରେ ଶେୟାର କରି ପ୍ରଶଂସକଙ୍କ ହୃଦୟକୁ ଛୁଇଁ ପାରନ୍ତି । ନିକଟରେ ଏହି ଅଭିନେତ୍ରୀ ସ୍ୱର୍ଣ୍ଣ ମନ୍ଦିର ପରିସରରୁ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଫଟୋ ଶେୟାର କରି ସେ ଲେଖିଛନ୍ତି ମୋତେ ଏମିତି କେବେ ଲାଗି ନ ଥିଲା ଯାହା ଏହି ସ୍ୱର୍ଣ୍ଣ ମନ୍ଦିରରେ ମୁଁ ଅନୁଭବ କରିଛି । ଏଠାରେ ମୋତେ ଆଶୀର୍ବାଦ ମିଳିବା ଭଳି ଅନୁଭବ ହେଉଛି । ଏବେ କିମଙ୍କ ଫଟୋରେ ସେ ଏକା ନୁହେଁ ସାଥିରେ ଅଛନ୍ତି ପୁରୁଷ ବନ୍ଧୁ ଟେନିସ ତାରକା ଲିୟଣ୍ଡର ପେସ୍ । ଉଭୟଙ୍କୁ ଟ୍ରାଡିଶନାଲ ଗେଟଅପରେ ଦେଖିବାକୁ ମିଳିଛି । କିମ୍ ସମ୍ପୂର୍ଣ୍ଣ ହ୍ୱାଇଟ କଲର ଡ୍ରେସ୍ ପିନ୍ଧିଥିବା ବେଳେ ଲିୟଣ୍ଡର ୟେଲୋ କଲର ଡ୍ରେସ ପିନ୍ଧିଥିବା ନଜର ଆସିଛି । ଏମାନଙ୍କୁ ଏକାଠି ଦେଖିବା ପରେ ଏବେ ଆଲୋଚନା ହେଉଛି କି କିମ୍ ନିକଟରେ ବିବାହ କରିବେକି । ହେଲ ଏହାକୁ ନେଇ କିମ କିମ୍ବା ଲିୟଣ୍ଡରଙ୍କର ସେମିତି କିଛି ପ୍ରତିକ୍ରିୟା ମିଳିନାହିଁ । ସୂଚନାଯୋଗ୍ୟ, ଶେଷଥର ପାଇଁ ୨୦୧୦ରେ ସିଲଭର ସ୍କ୍ରିନରେ ଦେଖା ଦେଇଥିବା କିମ୍ ଏବେ ପର୍ଯ୍ୟନ୍ତ ଆଉ କୌଣସି ପ୍ରୋଜେକ୍ଟ ପାଇଁ କୁଆଡେ ରାଜି ହେଉ ନାହାଁନ୍ତି ।

Share