ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଫସିଯାଇଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟାଙ୍କ ହିଁ ତାଙ୍କ ପୁଅକୁ ହତ୍ୟା କରିଥିବା ସୁଶାନ୍ତଙ୍କ ବାପା କେକେ ସିଂ ଅଭିଯୋଗ କରିଛନ୍ତି। ଏହି ମାମଲାର ତଦନ୍ତ ସିବିଆଇ ହାତକୁ ଯାଇଛି। ଏବେ ରିୟାଙ୍କ ହ୍ବାଟସଆପ୍ ଚାଟ୍ରୁ ଅନେକ କିଛି ତଥ୍ୟ ପଦାକୁ ଆସିଛି। ଏଥିରେ ଡ୍ରଗ୍ସ ବିଷୟରେ ଆଲୋଚନା କରାଯାଇଛି। ଏନେଇ ରିୟା କହିଛନ୍ତି ଏସବୁ ମିଛ। ମୋ ପରିବାରକୁ ଅଯଥା ଏଥିରେ ସାମିଲ କରାଯାଉଛି। ଶେଷରେ ଏହା ଶୁଣିବାକୁ ବାକିଥିଲା। ବନ୍ଧୁକ ଆଣ, ମୋ ପୂରା ପରିବାରକୁ ଗୁଳି ମାରିଦିଅ ବୋଲି ସେ କହିଛନ୍ତି। ନଚେତ୍ ଆମେ ସୁଇସାଇଡ୍ କରିଦେବୁ ବୋଲି ଧମକ ଦେଇଛନ୍ତି। ମୋ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍ ୧୪ ସୁଶାନ୍ତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ।