ଚୁମ୍ବନକୁ ନେଇ ଏମିତି କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ବାଣୀ କପୁର ହେଉଛନ୍ତି ଜଣେ। ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିବା ବାଣୀ ପ୍ରାୟ ପ୍ରତ୍ୟେକ ଫିଲ୍ମରେ ବୋଲ୍ଡ ସିନ୍‌ କରିଥାନ୍ତି। ଏବେ ବାଣୀ ତାଙ୍କ ବୋଲ୍ଡ ସିନ୍‌କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ପ୍ରେମ କରିବା ଏବଂ ଫିଲ୍ମରେ ଅନ୍ତରଙ୍ଗ ଦୃଶ୍ୟ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ।

ଏକ ସାକ୍ଷାତକାରରେ ସେ ଏପରି କହିଛନ୍ତି। କ୍ୟାରିୟର ବ୍ୟତୀତ, ସେ ବୋଲ୍ଡ ସିନ୍‌ ବିଷୟରେ ମଧ୍ୟ ଅନେକ କଥା କହିଛନ୍ତି। ଯଦି ସେ ନିର୍ଦ୍ଦେଶକଙ୍କ ଉପରେ ବିଶ୍ୱାସ ନ କରନ୍ତି ତେବେ ସେ ଏପରି ଦୃଶ୍ୟ କରନ୍ତି ନାହିଁ।

ତାଙ୍କୁ ପଚରାଯାଇଥିଲା ନିକଟରେ ରିଲିଜ ହୋଇଥିବା ‘ଚଣ୍ଡିଗଡ଼ କରେ ଆଶିକୀ’ ‘ବେଫିକ୍ରେ’ (୨୦୧୬) ଏବଂ ଓ୍ବାର (୨୦୧୯) ପରି ଫିଲ୍ମରେ ଅନ୍ତରଙ୍ଗ ଦୃଶ୍ୟ କରିବାକୁ କେତେ ପସନ୍ଦ କରନ୍ତି? ସେ କହିଛନ୍ତି, ମୁଁ ନିର୍ଦ୍ଦେଶକଙ୍କ ଉପରେ ବିଶ୍ୱାସ କଲେ ବୋଲ୍ଡ ସିନ୍‌ କରିବାରେ କିଛି ଅସୁବିଧା ନାହିଁ। ଚୁମ୍ବନକୁ ନେଇ ସେ କହିଛନ୍ତି, ଚୁମ୍ବନ ଗୋଟିଏ ହେଉ କି ୨୦; ଚୁମ୍ବନ ତ ଚୁମ୍ବନ। ତେଣୁ ସେତିକି ବିଶ୍ୱାସ ନ ଆସିଲେ ଜଣେ ଅନ୍ତରଙ୍ଗ ସିନ୍‌ କରିପାରିବ ନାହିଁ। ବାଣୀଙ୍କର ଏହି କଥା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି।

Share