Categories: ଜାତୀୟ

ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ

ମୁମ୍ବାଇ,୨୧।୪: ଫିଲ୍ମ ‘କାମସୂତ୍ର ୩ଡି’ରେ କାମ କରିଥିବା ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ ହୋଇଛି। ଶୁକ୍ରବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏକ ରୁଢିବାଦୀ ମୁସଲିମ୍‌ ପରିବାରୁ ଆସି କାମସୂତ୍ର ଭଳି ଫିଲ୍ମରେ ଅଭିନୟ କରିବା ତାଙ୍କ ପାଇଁ ବଡ଼ ପରୀକ୍ଷା ଥିଲା ବୋଲି ଫିଲ୍ମର ନିର୍ଦ୍ଦେଶକ ଜଣାଇଛନ୍ତି। ତେବେ ଆଗକୁ ସେ ଜଣେ ଭଲ ଅଭିନେତ୍ରୀ ହୋଇ ବାହାରି ଥାଆନ୍ତେ। କିନ୍ତୁ ଏହା ବୋଧହୁଏ ତାଙ୍କ ଭାଗ୍ୟରେ ନ ଥିଲା ବୋଲି ଦୁଃଖ ପ୍ରକାଶ କରି କହିଛନ୍ତି ନିର୍ଦ୍ଦେଶକ ରୁପେଶ ପଲ।

Share