Advertisement

ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଅଭିନେତ୍ରୀ ସନା ଖାନ ଗ୍ଲାମର ଇଣ୍ଡଷ୍ଟ୍ରି ଛାଡିବାକୁଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ସେ ଏହି ସୂଚନା ଦେଇଛନ୍ତି। ସନା କହିଛନ୍ତି ଯେ ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ଦୁନିଆରୁ ଦୂରରେ ରହିବେ। ମୁଁ ଏବେ ଜୀବନର ସବୁଠୁ ବଡ ନିଷ୍ପତ୍ତି ନେବାକୁ ଯାଉଛି। ଗତ କିଛି ବର୍ଷ ହେବ ଇଣ୍ଡଷ୍ଟ୍ରିରୁ ମୋତେ ଅନେକ କିଛି ସଫଳତା ମିଳିଛି। ଏଠାରୁ ମୁଁ ନାଁ କମାଇଛି। କିନ୍ତୁ କିଛିଦିନ ହେବ ଅନୁଭବ କରିଛି ଯେ, ମଣିଷ କେବଳ ଏ ଦୁନିଆକୁ ଟଙ୍କା ଏବଂ ଖ୍ୟାତି ଅର୍ଜନ ପାଇଁ ଆସିଛି। ଦରିଦ୍ର ଏବଂ ବେସାହାରା ଲୋକଙ୍କୁ ସହାୟତା ଦେବାରେ ଜୀବନ ବିତାଇବା ତାଙ୍କର କର୍ତ୍ତବ୍ୟ ନୁହେଁ କି? ଜଣେ ବ୍ୟକ୍ତି ଏହା ଭାବିବା ଉଚିତ୍‌ ନୁହେଁ କି, କେକୌଣସି ମୂହୁର୍ତ୍ତରେ ମୃତ୍ୟୁ ଆସିପାରେ। ମୃତ୍ୟୁ ପରେ କ’ଣ ହାସଲ କରିବ? ମୁଁ ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜୁଛି ବୋଲି ସନା କହିଛନ୍ତି। ସନା ଜଣେ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ଏବଂ ମଡେଲ ଭାବେ ଅନେକ ନାଁ କମାଇଥିଲେ। ସେ ୫୦ରୁ ଅଧିକ ବିଜ୍ଞାପନରେ କାମ କରିସାରିଛନ୍ତି। ୨୦୦୫ରେ ସେ ହାଇ ସୋସାଇଟ୍‌ ନାମକୁ ଫିଲ୍ମରେ ଅଭିନୟ କରିଥିଲେ। ସେ ଶେଷଥର ପାଇଁ ସଲମାନ ଖାନଙ୍କ ଫିଲ୍ମ ‘ଜୟ ହୋ’ରେ ମଧ୍ୟ ନଜର ଆସିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share