ବଲିଉଡ୍ ଅଭିନେତ୍ରୀ ତଥା ନର୍ସ ଶିଖା ମଲହୋତ୍ରା ନିଜ କାମ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ସବୁଠାରେ ତାଙ୍କର ପ୍ରଶଂସା କରାଯାଉଛି। କାରଣ ଶିଖା କରୋନା ମୁକାବିଲା ପାଇଁ ମୁମ୍ବାଇର ଏକ ହସ୍ପିଟାଲରେ ସ୍ବେଚ୍ଛସେବୀ ଭାବେ କାମ କରୁଛନ୍ତି। ସେ କାମ କରିବା ଇତିମଧ୍ୟରେ ୧୦୦ ଦିନରୁ ଊର୍ଦ୍ଧ୍ୱ ହେଲାଣି। ତେବେ ନିକଟରେ ଏକ ସାକ୍ଷାତକାରେ ଶିଖା ଲାଇଭ୍ ଥିବା ସମୟରେ କାନ୍ଦି ପକାଇଛନ୍ତି।
ଶିଖା ହିନ୍ଦୀ ଫିଲ୍ମ ‘କାଞ୍ଚି ଲାଇଫ୍ ଇନ୍ ଏ ସ୍ଲଗ୍’ ମାଧ୍ୟମରେ ସେ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ଏହି ବିଷୟରେ କଥା ହେବା ସମୟରେ କାନ୍ଦି ପକାଇଛନ୍ତି। ସେ କହିଛନ୍ତି, ଏକ ଚରିତ୍ର ଭୂମିକାରେ ଅଭିନୟ ପାଇଁ ୬ ବର୍ଷ ସମୟ ଲାଗିଗଲା। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଛି। ମାତ୍ର ଏହି ଫିଲ୍ମ ରିଲିଜ୍ ପାଇଁ ଥିଏଟର ମିଳିଲା ନାହିଁ। ଓଟିଟି ପ୍ଲାଟଫର୍ମ ସହ କଥାହେବାରୁ, ଏପରି ଚଳଚିତ୍ର ପାଇଁ କୌଣସି ସେଗମେଣ୍ଟ ନ ଥିବା ସେମାନେ କହିଥିଲେ। ତେବେ ଏହି ଫିଲ୍ମ ଗତ ଫେବୃୟାରୀରୁ ରିଲିଜ୍ ହୋଇସାରିଥିବା ବେଳେ ଅଧିକାଂଶ ଲୋକ ଏହା ଜାଣି ନାହାନ୍ତି। ଗେଟିଏ ବଡ଼ ଫିଲ୍ମ ରିଲିଜ୍ ପାଇଁ ୩/୪ ହଜାର ଥିଏଟର ମିଳୁଥିବା ବେଳେ ‘କାଞ୍ଚଲି’ ସମଗ୍ର ଭାରତରେ ମାତ୍ର ୭୫ଟି ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିବା ସେ କହି କାନ୍ଦିପକାଇଥିଲେ। ଏଥିସହ ସୁଶାନ୍ତ ସିଂ ରାଜପୁରଙ୍କ ଭଳି ଜଣେ ବଡ କଳାକାରଙ୍କ ମୃତ୍ୟୁକୁ ନେଇ ସେ ଡରିଯାଇଥିବା କହିଛନ୍ତି।