ଅଭିନେତ୍ରୀ ସୁବି ସୁରେଶଙ୍କ ପରଲୋକ

ମାଲାୟାଲମ ହାସ୍ୟ ଅଭିନେତ୍ରୀ ତଥା ପ୍ରସିଦ୍ଧ ଟିଭି ହୋଷ୍ଟ ସୁବି ସୁରେଶଙ୍କର ପରଲୋକ ଘଟିଛି। ବୁଧବାର ସକାଳେ କୋଚିର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। ସୁବି ଯକୃତ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କର ନାଁ ଥିଲା। ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ। ସୁବି ସୁରେଶ ମାଲାୟାଲମରେ ଏକ ଅନୁକରଣକାରୀ(ମିମିକ୍ରି) କଳାକାର ଭାବରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ସେ ତାଙ୍କ କମେଡି ଶୋ’ ‘ସିନେମାଲା’ରେ ଦେଖିବାକୁ ମିଳିଥିଲା।

Share